ତାଲିବାନ ବିରୋଧରେ ଲଢ଼େଇ ଜାରି ରଖିଛନ୍ତି ସାଲିମା

କାବୁଲ: କାବୁଲର ପତନ ହୋଇ ସାରିଛି । ରାଷ୍ଟ୍ରପତି ନିଜ ଦେଶ ଓ ଦେଶବାସୀଙ୍କୁ ମଝି ଦରିଆରେ ଛାଡ଼ି ପଳାୟନ କରିଛନ୍ତି । ଅବଦୁଲ ଦୋସ୍ତୁମ ଭଳି ତାଲିବାନ ବିରୋଧୀ କମାଣ୍ଡର ମଜାର-ଏ-ସରିଫକୁ ତାଲିବାନ ହାତରେ ଅର୍ପଣ କରି ଆତ୍ମଗୋପନ କରିଛନ୍ତି । ଆଫଗାନିସ୍ତାନ ତାଲିବାନ ଆତଙ୍କର ଥରହର ହେଉଛି । ବିଶେଷକରି ଆଫଗାନୀ ମହିଳା ଏବେ ଏକ ଅନ୍ଧକାରମୟ ଭବିଷ୍ୟତ ଆଡକୁ ଗତି କରୁଛନ୍ତି । ଗତ ୨୦ ବର୍ଷର ସେମାନଙ୍କ ଶିକ୍ଷାଦିକ୍ଷା ବୁର୍ଖା ଭିତରେ କଏଦ ହେବାକୁ ଯାଉଛି । ଦେଶର ବଡ଼ବଡ଼ ନେତା ଓ ସାମରିକ ଅଧିକାରୀ ଠିକଣା ସମୟରେ ଦେଶର ହାତ ଛାଡି ଦେଇଥିବା ବେଳେ ଜଣେ ମହିଳା ତାଲିବାନକୁ ଦେଉଛନ୍ତି କଡା ଟକ୍କର । ଏହି ମହିଳାଙ୍କ ନାମ ହେଉଛି ସଲିମା ମଜାରି । ସଲିମା ମଜାରି ଚାରକିଣ୍ଟ୍ ଜିଲ୍ଲାର ଗଭର୍ଣ୍ଣର ଭାବେ କାର‌୍ୟ୍ୟ କରନ୍ତି । ସେ ତାଲିବାନ ବିରୋଧରେ କୃଷକ, ଶ୍ରମିକ ଓ ସାଧାରଣ ଲୋକଙ୍କୁ ନେଇ ଯୁଦ୍ଧ ଲଢୁଛନ୍ତି ।
ଦେଶର ବାକି ସ୍ଥାନରେ ସରକାରୀ ସେନା ଆତ୍ମସମର୍ପଣ କରିଥିବା ବେଳେ ଚାରକିଣ୍ଟରେ ସେନା ତାଲିବାନକୁ ଜବରଦସ୍ତ ଟକ୍କର ଦେଉଛି । ଆଉ ଏହା ସମ୍ଭବ ହୋଇଛି ସଲିମାଙ୍କ ପାଇଁ । ଜଣେ ମହିଳା ହୋଇ ମଧ୍ୟ ସଲିମା ଯେମିତି ଯୁଦ୍ଧଭୂମୀରେ ଲଢୁଛନ୍ତି ତାହା ଅନେକଙ୍କୁ ପ୍ରେରଣା ଦେଉଛି ।

Share

Leave a Reply

Your email address will not be published. Required fields are marked *

7 + twenty =