ଖାରକିବ୍‌ରେ ଲଗାତାର ବାଜୁଛି ଡେଞ୍ଜର ସାଇରନ୍

ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆଜି ଅଷ୍ଟମ ଦିନରେ ପହଁଞ୍ଚିଛି । ଏବଂ ଭୟଙ୍କର ହେବାରେ ଲାଗିଛି ଆକ୍ରମଣ । ଏହାରି ଭିତରେ ଖାରକିବ୍ ରୁ ଆସିଛି ବଡ ଖବର । ଏଠାରେ ଭାରତୀୟ ଛାତ୍ରଙ୍କୁ ଟ୍ରେନରେ ଚଢିବାକୁ ଦିଆଯାଉନାହିଁ । ତାଙ୍କୁ ଅଟକାଇଦିଆଯାଉଛି । ଖାରକିଭରେ ଏବେ ବି ହଜାରେରୁ ଅଧିକ ଭାରତୀୟ ଛାତ୍ର ଫସିକି ରହିଛନ୍ତି ।
କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ବୈଦେଶିକ ମନ୍ତ୍ରାଳୟ । ଏଭଳି କୌଣସି ରିପୋର୍ଟ ଆସିନାହିଁ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ । ୟୁକ୍ରେନ କର୍ତ୍ତୃପକ୍ଷଙ୍କ ସହଯୋଗରେ ଅନେକ ଭାରତୀୟ ଛାତ୍ର ଖାରକିଭ୍ ରୁ ଆସିଛନ୍ତି ବୋଲି ସେ କହିଛନ୍ତି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି , ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏବଂ ଜାପାନର ପ୍ରଧାନମନ୍ତ୍ରୀଙ୍କ ସହିତ ଭର୍ଚୁଆଲ ବୈଠକରେ ଅଲୋଚନା କରିବେ ।

Share

Leave a Reply

Your email address will not be published. Required fields are marked *

10 − 4 =