ପୁଣି ଆଉ ଏକ ଲଘୁଚାପ,ରାଜ୍ୟରେ ବଢ଼ିପାରେ ବର୍ଷା

ବଙ୍ଗୋସାଗରରେ ଘର୍ଣ୍ଣିବଳୟ ପ୍ରଭାବରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଥିବା ବେଳେ ଆଗକୁ ବର୍ଷାର ପରିମାଣ ବଢ଼ିପାରେ ବୋଲି ଆଶା କରାଯାଉଛି । ପୂର୍ବରୁ ଗତ ୪ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇଥିଲା । ସକ୍ରିୟ ଘୂର୍ଣ୍ଣି ବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଥିଲା ଭୁବନେଶ୍ୱର ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ରାଜ୍ୟ ସାରା ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ବିଭିନ୍ନ ସହର । ହେଲେ ବର୍ତ୍ତମାନ ପୁଣି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ସୂଚନା ଦିଆଯାଇଛି । ଏହି ଲଘୁଚାପ କରଣରୁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

three + 10 =