୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା

ବଢ଼ୁଛି ପାରଦ, ଜଳୁଛି ସହର । ୪୦ ଡିଗ୍ରୀ ଉପରେ ୯ ସହର ତାପମାତ୍ରା । ବଲାଙ୍ଗୀର ଓ ବୌଦ୍ଧରେ ସର୍ବାଧିକ ୪୧.୫ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡାରେ ୪୧.୪ ଡିଗ୍ରୀ ଥିବା ବେଳେ ବାରିପଦା ଓ ଟିଟିଲାଗଡ଼ ୪୧ ଡିଗ୍ରୀ ରହିଛି ପାରଦ । ଅନୁଗୁଳ, ତାଳଚେର ଓ ସମ୍ବଲପୁରରେ ୪୦ ଡିଗ୍ରୀ ରହିଛି ତାପମାତ୍ରା ଓ ସମ୍ବଲପୁରଠାରେ ୪୦.୨ ଡିଗ୍ରି ରେକର୍ଡ ହୋଇଛି ।

ଏଥିସହ ସୁନ୍ଦରଗଡ଼, ହୀରାକୁଦ, ଭବାନୀପାଟଣା ଓ ମାଲକାନଗିରି ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାଖାପାଖି ରହିଛି । ଫଳରେ ଅଧା ଓଡ଼ିଶା ପ୍ରଚଣ୍ଡ ରୌଦ୍ରତାପ ସହୁଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ତାତି ଜାରି ରହିବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି

Share

Leave a Reply

Your email address will not be published. Required fields are marked *

17 − 16 =