ବରମୁଣ୍ଡା ଅଞ୍ଚଳର ଘରୋଇ ହସ୍ପିଟାଲ ସିଲ

ଭୁବନେଶ୍ୱର() ରାଜଧାନୀ ଭୁବନେଶ୍ୱରରେ ପୁଣି ଆଉ ଏକ ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି । ବରମୁଣ୍ଡା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି । କରୋନା କଟକଣା ଠିକଭାବେ ପାଳନ ନହେବା ନେଇ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ପୂର୍ବରୁ ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥ ବ୍ଲୁ ହୁଇଲ ହସ୍ପିଟାଲ କୁ ବିଏମସି ପକ୍ଷରୁ ସିଲ କରାଯାଇଥିଲା । ଏହା ପରେ ଘରୋଇ ହସ୍ପିଟାଲ ପାଇଁ କରୋନା କଟକଣା ସମ୍ପର୍କିତ ବିଭିନ୍ନ ଗାଇଡଲାଇନ ଜାରି କରାଯାଇଥିଲା । ଏପରିକି ବିଏମସି ଓ ବିଡିଏ ପକ୍ଷରୁ ବିଭିନ୍ନ ଘରୋଇ ହସ୍ପିଟାଲରେ ଚଢଉ କରାଯାଇ ଥିଲା । ଏହା ସତ୍ତ୍ୱେ ବି କରୋନା କଟକଣାକୁ ଠିକଭାବେ ପାଳନ ନକରିବାକୁ ବରମୁଣ୍ଡା ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲକୁ ସିଲ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 2 =