ସମ୍ପତ୍ତି ତାଲିକା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ମନ୍ତ୍ରୀ, ବିଧାୟକ, ନେତା ଏପରିକି ମୁଖ୍ୟମନ୍ତ୍ରୀ ନିଜର ସମ୍ପତ୍ତି ତାଲିକା ସର୍ବସାଧାରଣରେ ପ୍ରକାଶ କରିବେ । ଏକଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ଆଉ ଏବେ କାର୍ଯ୍ୟକାରୀ କରିଛନ୍ତି । ନିଜେ ମୁଖ୍ୟମନ୍ତ୍ରୀଙ୍କ ସମତେ ମନ୍ତ୍ରୀପରିଷଦର ସବୁ ସଦସ୍ୟ ନିଜର ସମ୍ପତ୍ତି ତାଲକା ପ୍ରକାଶ କରିଛନ୍ତି । ମାର୍ଚ୍ଚ ୨୦୨୦ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ମଧ୍ୟରେ ରହିଛି ନୂଆଦିଲ୍ଲୀ ଜନପଥ ବିଓଆଇରେ ୨ଟି ଆକାଉଂଟ । ବ୍ୟାଙ୍କ ଅଫ୍ ଇଣ୍ଡିଆ ସେଭିଙ୍ଗ ଆକାଉଣ୍ଟରେ ୧୬ ଲକ୍ଷ ୭୬ ହଜାର ଟଙ୍କା ରହିଥିବା ବେଳେ ଏହି ବ୍ୟାଙ୍କର ଅନ୍ୟ ଏକ ଆକାଉଣ୍ଟରେ ୧ କୋଟି 3 ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ୍ ରହିଛି ।

ସ୍ଥାବର ସଂପତି ତାଲିକାରେ ଅଛି ଜମି ଓ ବାସଗୃହ । ଫରିଦାବାଦରେ ୨୨.୭ ଏକର ଜମି ଓ କୋଠା ରହିଛି ।ଏହାର ଆନୁମାନିକ ମୂଲ୍ୟ ୧୦ ଦଶମିକ ୭୫ କୋଟି ଟଙ୍କା । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଦୁଇ ତୃତୀୟାଂଶ ସେୟାର ରହିଛି । ନବୀନ ନିବାସ ଭାଗର ଆନୁମାନିକ ମୂଲ୍ୟ ୯ ଦଶମିକ ୫୨ କୋଟି ଟଙ୍କା । ଦିଲ୍ଲୀ ଅବଦୁଲ କଲାମ ମାର୍ଗରେ ସଂପତ୍ତି ରହିଛି,ଯାହାର ମୂଲ୍ୟ ୪୩ ଦଶମିକ ୩୬ କୋଟି ଟଙ୍କା ହେବ ।

Share

Leave a Reply

Your email address will not be published. Required fields are marked *

seven − two =