୬ ଘଣ୍ଟା ପାଇଁ ବନ୍ଦ ରହିବ ଯୁଦ୍ଧ, ମୁକୁଳିବେ ଭାରତୀୟ ଛାତ୍ର

ଭାରତୀୟ ଲୋକଙ୍କ ପାଇଁ ଆଶ୍ୱସ୍ତି ଖବର । ଖାରକିଭ୍‌ରେ ଫସି ରହିଥିବା ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ରୁଷ ୬ ଘଣ୍ଟା ପାଇଁ ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି । ଖାରକିଭରୁ ସେମାନଙ୍କୁ ଉଦ୍ଧାର କରାଯାଇ ୟୁକ୍ରେନର ଆଖାପାଖ ଦେଶରେ ସୁରକ୍ଷିତରେ ରଖାଯିବ ।
ବୁଧବାର ରାତିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୁଷର ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ଭାରତୀୟ ଛାତ୍ରଙ୍କ ସୁରକ୍ଷିତ ଉଦ୍ଧାର ପାଇଁ କଥା ହୋଇଥିଲେ ମୋଦି । ଏହାକୁ ସମର୍ଥନ କରିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଖାରକିଭରେ ୟୁକ୍ରେନ ସେନା ଭାରତୀୟ ଛାତ୍ରଙ୍କୁ ବାହାରକୁ ଛାଡୁନାହାଁନ୍ତି । ଭାରତ ଜାତିସଂଘରେ ଋଷିଆ ବିପକ୍ଷରେ ଭୋଟ ନ ଦେବାରୁ ୟୁକ୍ରେନ ସେନା ଭାରତୀୟଙ୍କ ଉପରେ କ୍ଷୁବ୍ଧ ଥିବା କୁହାଯାଉଛି । ତେବେ ଏପରି ସୂଚନାକୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ଖଣ୍ଡନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 8 =