ଘାଟିକୁ ଖସିଲା ବସ, ୧୧ମୃତ ୧୯ ଗୁରୁତର

ଜାମ୍ମୁ- କାଶ୍ମୀର ପୁଂଛ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୦୦ ମିଟର୍ ଘାଟି ତଳକୁ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଆହତ ହୋଇଛନ୍ତି । ଆହତକୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
ଯାତ୍ରୀବାହୀ ବସ୍ (ଜେକେ ୦୨ ଡବ୍ଲ୍ୟୁ ୦୪୪୫) ଲୌରେନରୁ ପୁଂଛ ଯାଉଥିଲା । ପ୍ରାୟ ସକାଳ ୯ଟା ୧୫ରେ ବସ୍ଟି ଭାରସାମ୍ୟ ହରାଇ ଏକ ଗଭୀର ଖାଇକୁ ଖସି ପଡିଥିଲା । ତୁରନ୍ତ ସ୍ଥାନୀୟ ଲୋକ ଓ ପୋଲିସ ଅଧିକାରୀ ପହଁଚି ଉଦ୍ଧାର କାମ ଆରମ୍ଭ କରି ଦେଇଥିଲେ । ତେବେ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହା ସହିତ ଆହତମାନଙ୍କୁ ଡାକ୍ତରଖାନାରେ ତୁରନ୍ତ ଭର୍ତି କରାଯାଇଥିଲା । ଗୁରୁତର ଆହତ ୫ଜଣଙ୍କୁ ପୁଂଛ ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି । କେତେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍ଗୀନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା କରାଯାଉଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

15 − seven =