ସିନେମା ପ୍ରେମିଙ୍କ ପାଇଁ ଖୁସି ଖବର

ସିନେମା ପ୍ରେମିଙ୍କ ପାଇଁ ଖୁସି ଖବର । ୧୦୦ଟଙ୍କାରୁ କମ୍ ମୂଲ୍ୟର ସିନେମା ଟିକେଟ ଉପରୁ କେନ୍ଦ୍ର ସରକାର ଜିଏସଟି ୧୦ଭାଗ କମାଇଦେଇଛନ୍ତି । ଏଥି ସହିତ ୩୩ଟି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ମଧ୍ୟ କେନ୍ଦ୍ର ସରକାର ଜିଏସଟି କମାଇଦେଇଛିନ୍ତି । ଏହି ସାମଗ୍ରୀ ମଧ୍ୟରେ ଅଛି ଡିଜିଟାଲ କ୍ୟାମେରା ,ଟିଭି ,ଭିଡିଓ କ୍ରୀଡା ସାମଗ୍ରୀ, ୱାସିଙ୍ଗ ମେସିନ ପ୍ରଭୃତି ଅନ୍ତର୍ଭୁକ୍ତ ।  କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ସାମ୍ବାଦିକ ମାନଙ୍କୁ ଏବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି ।
• ୧୦୦ ଟଙ୍କା ଯାଏ ମୂଲ୍ୟର ସିନେମା ଟିକେଟ୍କୁ ୧୨% ଟିକସ ସ୍ଲାବ୍କୁ ହ୍ରାସ କରାଯାଇଛି। ୧୦୦ରୁ ଊର୍ଦ୍ଧ୍ୱ ମୂଲ୍ୟର ଟିକେଟ୍ ପୂର୍ବବତ୍ ୧୮% ସ୍ଲାବ୍ରେ ରହିବ।
• ତୀର୍ଥଯାତ୍ରାପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିମାନ ଯାତ୍ରା କ୍ଷେତ୍ରରେ ‘ଇକୋନୋମି’ କ୍ଲାସ୍ ପାଇଁ ୫% ଜିଏସ୍ଟି ଏବଂ ‘ବିଜିନେସ୍’ କ୍ଲାସ୍ ପାଇଁ ୧୨% ଜିଏସ୍ଟି ଲାଗୁ ହେବ।
• ୩୨ ଇଞ୍ଚରୁ କମ୍ କମ୍ପ୍ୟୁଟର ମନିଟର୍ ବା ସ୍କ୍ରିନ୍, ଗିଅର ବକ୍ସ, ରିଟ୍ରେଡେଡ୍ ଟାୟାର୍ସ, ଲିଥିଅମ୍ ବ୍ୟାଟେରୀ ସହିତ ପାୱାର ବ୍ୟାଙ୍କ, ଭିଡିଓ ଗେମ୍ ଏବଂ ଅନ୍ୟ କ୍ରୀଡ଼ା ସାମଗ୍ରୀ ଆଦିରେ ଜିଏସ୍ଟି ୨୮%ରୁ ହ୍ରାସ ପାଇ ୧୮% କୁ ଖସିବ।
• ଜିଏସ୍ଟି କାରଣରୁ କ୍ଷତି ସହିଥିବାରୁ ରାଜ୍ୟ ଗୁଡ଼ିକୁ ୪୮ ହଜାର କୋଟି ଟଙ୍କାର କ୍ଷତିପୂରଣ ଦିଆଯାଇଥିଲା। ଚଳିତ ବର୍ଷ ୬୦ ହଜାର କୋଟି କ୍ଷତିପୂରଣ ଦିଆଯିବ।
• ୩୪ଟି ବିଳାସମୟ ସାମଗ୍ରୀ ବା ‘ସିନ୍ ଗୁଡ୍ସ’ () ମୂଲ୍ୟ ପୁର୍ନନିର୍ଦ୍ଧାରଣରୁ ବାଦ୍ ଦିଆଯାଇଛି। ସିନ୍ ଗୁଡ୍ସ ସମାଜ ପ୍ରତି କ୍ଷତିକାରକ ହୋଇଥାଏ। ମଦ, ଡ୍ରଗ୍ସ, ଫାଷ୍ଟ୍ ଫୁଡ୍, କ୍ୟାଣ୍ଡି, କଫି, ସୁଗାର୍, ଜୁଆ ଏବଂ ପର୍ଣ୍ଣୋଗ୍ରାଫି ଆଦି ଏହାର ଉଦାହରଣ।
• ପୂର୍ବରୁ ୨୮% ଜିଏସ୍ଟି ଲାଗୁ ହେଉଥିବା ୨୨ଟି ଉତ୍ପାଦକୁ ଏଥିରୁ ବାଦ୍ ଦିଆଯାଇଛି ଏ ମଧ୍ୟରେ ଟିଭି, ସିମେଣ୍ଟ, ଯାନବାହାନ ପାର୍ଟସ୍ ଆଦି ଅଛି।
• ଆବାସିକ ସାମଗ୍ରୀ ଗୁଡ଼ିକ ଉପରେ ଟିକସ ଲାଗୁ ବାବଦରେ ଜାନୁଆରୀ ମାସରେ ହେବାକୁ ଥିବା ବୈଠକରେ ନିଷ୍ପତ୍ତି ହେବ।
Share

Leave a Reply

Your email address will not be published. Required fields are marked *

20 − 14 =