ବ୍ରହ୍ମବିଭ୍ରାଟ ରିପୋର୍ଟ ସାର୍ବଜନୀନ କରିବାକୁ ବିଜେପିର ଦାବୀ

ଭୁବନେଶ୍ୱର—ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର ସମୟରେ ବ୍ରହ୍ମବିଭ୍ରାଟ ନେଇ ହୋଇଥିବା ତଦନ୍ତ ରିପୋର୍ଟ ସାଧାରଣରେ ପ୍ରକାଶ କରିବା ଦାବି ନେଇ ବିଜେପି କୋର୍ଟକୁ ଯିବ ବୋଲି ଦଳର ମୁଖ ପାତ୍ର ପିତାମ୍ବର ଆଚାର୍ଯ୍ୟ ସୁଚନା ଦେଇଛନ୍ତି । ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ ବ୍ରହ୍ମ ବିଭ୍ରାଟ ରିପୋର୍ଟକୁ ସାର୍ବଜନୀନ ନକରି ଏହାକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି । ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ବାହାରେ ପ୍ରକାଶ କରାଯିବ ନାହିଁ କିମ୍ବା ସୁଚନା ଅଧିକାର ଆଇନରେ ତଥ୍ୟ ମାଗିଲେ ମଧ୍ୟ ତାହାବି ମିଳିବ ନାହିଁ ବୋଲି କହିବା ଦ୍ୱାରା ନାଗରିକଙ୍କର ମୌଳିକ ଅଧିକାର କ୍ଷୁର୍ଣୃୁ ହେଉଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କର ଏଭଳି କ୍ଷମତା ନାହିଁ ବୋଲି ଶ୍ରୀ ଆଚାର୍ଯ୍ୟ କହିବା ସହିିତ ଏହା ବିରୋଧରେ ବିଜେପି କୋର୍ଟକୁ ଯିବବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 1 =