ଆଜିଠୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନରେ ଅଫଲାଇନ ପାଠପଢ଼ା

ଭୁବନେଶ୍ୱର: ସ୍ୱାଭାବିକ ହେବାରେ ଲାଗିଛି କରୋନା ସ୍ଥିତି । ଖୋଲୁଛି ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ । ଅନଲାଇନ ପରେ ଅଫଲାଇନରେ ଆରମ୍ଭ ହେଉଛି ପାଠପଢ଼ା । ସେପଟେ ରାଜ୍ୟରେ ଆଜିଠୁ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ । କ୍ଲାସ ରୁମରେ ବସି ପାଠ ପଢିବେ ସ୍ନାତକ (ୟୁଜି), ସ୍ନାତକୋତ୍ତର (ପିଜି), ଡିପ୍ଲୋମା ଓ ଇଞ୍ଜିନିୟରିଂ ର ସମସ୍ତ ଛାତ୍ରଛାତ୍ରୀ । ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବା ପରେ ଏବେ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି ।

କରୋନା କଟକଣା ଭିତରେ କ୍ଲାସ ରୁମରେ ଚାଲିବ ପାଠପଢା । ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ସେହିପରି କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶିକ୍ଷାନୁଷ୍ଠାନ ଗୁଡିକରେ ସାନିଟାଇଜ୍ ବ୍ୟବସ୍ଥାମାନ କରାଯିବ । ଏହାପୂର୍ବରୁ ଅଗଷ୍ଟ ୯ ରୁ କେବଳ ଶେଷବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମରେ ପାଠପଢା ଆରମ୍ଭ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

ten + 2 =