ଖୁବଶୀଘ୍ର ଡିସଚାର୍ଜ ହେବେ ପ୍ରଦୀପ୍ତ

ଭୁବନେଶ୍ୱର: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ତଥା ବିଜେପିର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ । ୩ରୁ ୪ଦିନ ମଧ୍ୟରେ ଡିସଚାର୍ଜ ହେବେ ବୋଲି ଏମ୍ସ ମେଡିକାଲ ପକ୍ଷରୁ ସୂଚନା ମିଳିଛି । ପ୍ରଦୀପ୍ତ ଏବେ ଚଲାବୁଲା କରୁଛନ୍ତି । ଏପରିକି ପରିବାର ଲୋକଙ୍କ ସହ ମଧ୍ୟ କଥା ହେଉଛନ୍ତି । ଦ୍ରୃତଗତିରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି । ସୂଚନା ଥାଉକି, କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ୨୦ ତାରିଖରେ ଭୁବନେଶ୍ୱର ଏମ୍ସ ମେଡିକାଲରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଆଇସିୟୁରେ ରହିଥିଲେ । ଏବେ ତାଙ୍କ ଅବସ୍ଥା ଧିରେ ଧିରେ ଭଲ ହେଉଛି ।

Share

Leave a Reply

Your email address will not be published. Required fields are marked *

17 − 16 =