ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚୁଲି ଭଙ୍ଗା ଘଟଣା, ୩ ଅଭିଯୁକ୍ତ ଚିହ୍ନଟ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷ ଘରେ ଚୁଲି ଭଙ୍ଗା ଘଟଣାରେ ୩ଜଣ ଚିହ୍ନଟ । ସିସିଟିଭି ଫୁଟେଜରୁ ୩ଜଣଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ଦେଇଛି ପୋଲିସ । ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଗିରଫ କରାଯିବା ନେଇ ପୁରୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଘଟଣାରେ ଆଉ କେତେ ଜଣ ସଂପୃକ୍ତ ଅଛନ୍ତି ସେ ନେଇ ଯାଞ୍ଚ ଜାରି ରହିଛି । କାରଣ ଏତେ ସଂଖ୍ୟାରେ ଚୁଲି ଏକାଥରେ ଭାଙ୍ଗିବା ଘଟଣା ବିରଳ । ଏଭଳି ଅଭାବନୀୟ ଘଟଣାରେ ଆହୁରି ଅନେକ ଅଭିଯୁକ୍ତ ସଂପୃକ୍ତ ଥିବା ଜାଣିବାକୁ ପାଇଛି ପୋଲିସ । ତେବେ ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ସୂଚନାଯୋଗ୍ୟ, ରବିବାର ଦିନ ଶ୍ରୀମନ୍ଦିର ରୋଷ ଘରେ ପ୍ରାୟ ୩୦୦ ରୁ ଅଧିକ ଚୁଲି ଭାଙ୍ଗିଥିଲେ ଦୁର୍ବୃତ୍ତ । ସୁଆର ମହାସୁଆର ନିଯୋଗ ସଭାପତି ଏନେଇ ସୂଚନା ଦେଇଛନ୍ତି। ଶ୍ରୀମନ୍ଦିରର ରୋଷଘରେ ୭୫୨ରୁ ଅଧିକ ଚୁଲି ରହିଛି। ଗତକାଲି ଭୋର୍ ସମୟରେ କେହି ଦୁର୍ବୃତ୍ତ ଏହି ଚୁଲି ଗୁଡ଼ିକ ଭାଙ୍ଗି ଦେଇଛନ୍ତି। ଏଥିରେ ୭ଟି କୋଠ ଭୋଗ ଚୁଲି ସମେତ ପାଖାପଖି ୩୦୦ଟି ଚୁଲି ଭାଙ୍ଗିଥିବା ସୂଚନା ମିଳିଛି।

ତେବେ କେବଳ ଚାବି ପଡି ରହିଥିବା ଉତ୍ତରପାର୍ଶ୍ଵ ଚୁଲି , ଏମାର ଚୁଲି, ଓଡିଆ ଚୁଲି ସୁରକ୍ଷିତ ରହିଥିଲା । ବାକି ଅନ୍ୟ ସମସ୍ତ ଚୁଲି ଭାଙ୍ଗି ଦେଇଥିଲେ ଦୁର୍ବୃତ୍ତ । ତେବେ କିଏ ଓ କାହିଁକି ଏହି ଚୁଲି ଗୁଡ଼ିକ ଭାଙ୍ଗିଥିଲା ତାହା ଧିରେଧିରେ ସ୍ପଷ୍ଟ ହେବାରେ ଲାଗିଛି । ସେପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି । ୩ ଜଣଙ୍କୁ ଚିହ୍ନଟ କରାଯାଇସାରିଛି ।

Share

Leave a Reply

Your email address will not be published. Required fields are marked *

19 + 10 =