ଶିଶୁପୁତ୍ରକୁ ଜନ୍ମ ଦେଲେ ଭାରତୀ

ସୋସିଆଲ ମିଡିଆରେ କିଛି ଦିନ ପୂର୍ବରୁ ଭାରତୀଙ୍କ କନ୍ୟା ସନ୍ତାନ ହୋଇଛି ବୋଲି ଗୁଜବ ହେଉଥିଲା କିନ୍ତୁ ଆଜି ହିଁ ଭାରତୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ସେଥିପାଇଁ ଏହି ଖୁସି ଖବର ଦେବା ପାଇଁ ତାଙ୍କ ସ୍ୱାମୀ ହର୍ଷ ଦୁହିଁଙ୍କର ଫଟୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ ଲେଖିଛନ୍ତି “ଇଟ୍ସ ଏ ବେବି ବୟ ” ।କମେଡିଆନ୍-ହୋଷ୍ଟ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟା ଏକ ଶିଶୁପୁତ୍ରର ପିତା ମାତା ହୋଇଥିବାରୁ ଆଶୀର୍ବାଦ ପାଇଁ ମଧ୍ୟ ପୋଷ୍ଟରେ ଲେଖିଛନ୍ତି। ତେବେ ଏହା ହେଉଛି ଦମ୍ପତିଙ୍କର ପ୍ରଥମ ସନ୍ତାନ ।

ଏହି ଖବର ଜାଣିବା ପରେ ତାଙ୍କର ଅନେକ ପ୍ରଶଂସକ ଏବଂ ସେଲିବ୍ରିଟି ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏମିତିକି ତାଙ୍କ ଶିଶୁକୁ ଦେଖିବା ପାଇଁ ଅନେକ ଅପେକ୍ଷାରେ ଅଛନ୍ତି ବୋଲି ମଧ୍ୟ ପୋଷ୍ଟରେ ଲେଖିଛନ୍ତି । ତେବେ ନିକଟରେ ଭାରତୀ ସିଂ ତାଙ୍କ ପ୍ରେଗନେଣ୍ଟ ଥିବାର ଫଟୋସୁଟରୁ ଅନେକ ଫଟୋ ସେୟାର କରିଥିଲେ।
ୱାର୍କ ଫ୍ରଣ୍ଟରେ ଭାରତୀ ରିଅଲିଟି ସୋ ହୁନାରବାଜରେ ହଷ୍ଟିଙ୍ଗ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

ten − three =