କେନ୍ଦ୍ରାପଡ଼ାରେ ନିର୍ମାଣ ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ୱର () କେନ୍ଦ୍ରାପଡ଼ାରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ କରିବ ଆର୍ସେଲର ମିତ୍ତଲ ନିପୋନ୍ ଷ୍ଟିଲ୍ । ଏନେଇ ଓଡ଼ିଶା ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଗୁରୁବାର ସ୍ୱାକ୍ଷରିତ ହୋଇଛି ଏମଓୟୁ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆର୍ସେଲର ମିତ୍ତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତ୍ତଲଙ୍କ ଉପସ୍ଥିତିରେ ଏହି ଏମଓୟୁ ସ୍ୱାକ୍ଷରିତ କରାଯାଇଛି । ଏହି ଷ୍ଟିଲ୍ ପ୍ଲାଣ୍ଟ ଲାଗି ଓଡ଼ିଶାରେ ୫୦ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ଯାଉଛି ଆର୍ସେଲ । ଏହି ଇସ୍ପାତ କାରଖାନାଟି ପାଖାପାଖି ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ହେବ ବୋଲି ସୂଚନା ହସ୍ତଗତ ହୋଇଛି ।

କେନ୍ଦ୍ରାପଡା ପାଇଁ ଐତିହାସିକ ନିଷ୍ପତ୍ତି । ଶିଳ୍ପବିହୀନ କେନ୍ଦ୍ରାପଡାରେ ପ୍ରତିଷ୍ଠା ହେବ ପ୍ରଥମ ସମନ୍ବିତ ଇସ୍ପାତ କମ୍ପପ୍ଲେକ୍ସ। ଅଣ୍ଟାଭିଡିଛନ୍ତି ରାଜ୍ୟ ସରକାର । ପ୍ରତିଶୃତି ମୁତାବକ ରାଜ୍ୟ ରାଜନୀତିର ପେଣ୍ଠସ୍ଥଳୀ କେନ୍ଦ୍ରାପଡାର ବିକାଶ ଦାୟିତ୍ବ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ୫୦ ହଜାର କୋଟି ଟଙ୍କା ବିନିଯୋଗରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପକ୍ଷରୁ ପ୍ରତିଷ୍ଠା ହେବ ୧୨ ନିୟୁତ ଟନ କ୍ଷମତା ସମ୍ପନ୍ନ ଇସ୍ପାତ କମ୍ପପ୍ଲେକ୍ସ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦିନେ କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମଭୂମୀ ଥିଲା ଆଉ ସେ କେନ୍ଦ୍ରାପଡାବାସୀଙ୍କୁ ଭଲ ପାଉଥିଲେ। ଏବେ ସେହି କେନ୍ଦ୍ରାପଡାରେ କର୍ମସଂସ୍ଥାନ ସହ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଯୋଗାଇଦେବାକୁ ଯୋଜନା ହୋଇଛି । ପ୍ରତିଷ୍ଠା ହେବ ସମନ୍ବିତ ଇସ୍ପାତ କମ୍ପପ୍ଲେକ୍ସ । ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପକ୍ଷରୁ ହେବ ୫୦ ହଜାର କୋଟିର ପୁଞ୍ଜିନିବେଶ । ବିଶ୍ବର ଅନ୍ୟତମ ବୃହତ ଇସ୍ପାତ ଉତ୍ପାଦନକାରୀ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ପକ୍ଷରୁ ପ୍ରତିଷ୍ଠା ହେବ ୧୨ ନିୟୁତ ଟନ କ୍ଷମତା ସମ୍ପନ୍ନ ସମନ୍ବିତ ଇସ୍ପାତ କମ୍ପପ୍ଲେକ୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମିତ୍ତଲ ଗ୍ରୁପର ଅଧ୍ୟକ୍ଷ ଲକ୍ଷ୍ମୀନାରାୟ ମିତ୍ତଲଙ୍କ ଉପସ୍ଥିତିରେ ଏନେଇ ସ୍ବାକ୍ଷର ହୋଇଛି ଏମଓୟୁ ।

ସମନ୍ବିତ ଇସ୍ପାତ ପ୍ରକଳ୍ପ ପାଇଁ କେନ୍ଦ୍ରାପଡା ହେଉଛି ଉପଯୁକ୍ତ ସ୍ଥାନ । ଏହି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସବୁପ୍ରକାର ସହୟତା ଓ ସହଯୋଗ ଯୋଗାଇଦେବେ । ଓଡିଶା ସର୍ବଭାରତୀୟ ସ୍ତରରେ ପୁଂଜିନେବେଶ ପାଇଁ ପ୍ରଥମ ପସନ୍ଦ ହୋଇଛି । କାରଣ ସରକାର ଶିଳ୍ପାୟନ ପାଇଁ ଶିଳ୍ପ ଅନୁକୂଳ ନୀତି ନିର୍ଦ୍ଧାରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ସରକାରଙ୍କ ଶିଳ୍ପ ନୀତି ମଧ୍ୟ ମିତ୍ତଲଙ୍କୁ ଆକୃଷ୍ଠ କରିଛି । ବିଶ୍ବର ଅନ୍ୟ ରାଷ୍ଟ୍ର ତୁଳନାରେ ଓଡିଶା ପୁଂଜିନିବେଶ ପାଇଁ ସର୍ବୋତ୍କୃଷ୍ଠ ବୋଲି ସେ କହିଛନ୍ତି । କେନ୍ଦ୍ରାପଡାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ଜିଲ୍ଲାର ବିଧାୟକମାନେ ।

ଏହାପୂର୍ବରୁ ମିତ୍ତଲ ପାରାଦ୍ବୀପଠାରେ ୬ ନିୟୁତ ଟନ କ୍ଷମତା ସମ୍ପନ୍ନ ପେଲେଟ ପ୍ଲାଣ୍ଟ ପ୍ରତିଷ୍ଠା କରିଛି । ଏହାର କ୍ଷମତା ଖୁବଶୀଘ୍ର ୧୨ ନିୟୁତ ଟନକୁ ସଂପ୍ରସାରିତ କରାଯିବ । ସେହିଭଳି କେନ୍ଦୁଝରରେ ମଧ୍ୟ ମିତ୍ତଲ ଗ୍ରୁପ ପକ୍ଷରୁ ଏକ ବେନିଫିକେସନ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଛି । କେନ୍ଦ୍ରାପଡାରେ ୫୦ ହଜାର କୋଟିର ପୁଂଜିନିବେଶ ଆଗାମୀ ଦିନରେ ରାଜ୍ୟରେ ଶିଳ୍ପାୟନକୁ ଦେବ ବୁଷ୍ଟର ଡୋଜ ।

Share

Leave a Reply

Your email address will not be published. Required fields are marked *

14 − 1 =