ଅଞ୍ଜନା ଗଣଦୁଷ୍କର୍ମ: ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଶୁକ୍ରବାର ସକାଳ ୬ଟା ଅଭିଯୁକ୍ତ ବିବିନକୁ ନେଇ ଦୁଷ୍କର୍ମ ଘଟଣାର ସିନ୍ ରିକ୍ରିଏସନ୍ କରିଛି ସିବିଆଇ ଟିମ୍ । ବାରଙ୍ଗରେ ୨୨ ବର୍ଷ ତଳେ କଣ ଘଟିଥିଲା. କେମିତି ଏହି ଜଘନ୍ୟ କାଣ୍ଡ କରିଥିଲା ବିବନ । କେମିତି, କେଉଁ ରାସ୍ତା ଦେଇ ପୀଡିତାଙ୍କୁ ବିବନ ନେଇ ଯାଇଥିଲା, ତାହା ସିବିଆଇକୁ ଦେଖାଇଛି ନିଜେ ବିବନ । ଗତକାଲିଠୁ ସେ ସିବିଆଇର ରିମାଣ୍ଡରେ ଅଛି । ଝାରପଡା ଜେଲରେ ଟିଆଇ ପରେଡ ସରିବା ପରେ ତାକୁ ରିମାଣ୍ଡରେ ନେଇଛି ସିବିଆଇ ।

ସୂଚନାନୁଯାୟୀ,ବାରଙ୍ଗ ତ୍ରିଶୁଳିଆ ଛକଠାରେ ଥିବା ଏକ ଢାବାରେ ଅଞ୍ଜନା ଓ ତାଙ୍କ ସହଯୋଗୀ ରାତ୍ରି ଭୋଜନ କରୁଥିବା ବେଳେ ବିବନ, ଟୁନା ଓ ପଦିଆ ସେଠାରେ ମଦ୍ୟପାନ କରୁଥିଲେ । ନିଶାଶକ୍ତ ଅବସ୍ଥାରେ ଅଞ୍ଜନା ଓ ତାଙ୍କ ସହଯୋଗୀଙ୍କୁ ସେମାନେ ଟାର୍ଗେଟ କରିଥିଲେ । ରାତ୍ରି ଭୋଜନ ସାରି ଅଞ୍ଜନା ଭୁବନେଶ୍ବରକୁ ଫେରିବା ବେଳେ ୩ ଅଭିଯୁକ୍ତ ବାରଙ୍ଗ ଷ୍ଟେସନ ନିକଟରେ ତାଙ୍କ କାରକୁ ଅଟକାଇ ଡ୍ରାଇଭରଙ୍କୁ ମାରପିଟ କରିଥିଲେ । ଦୁଷ୍କର୍ମ ଘଟଣା ବେଳେ ପ୍ରଥମେ ବାରଙ୍ଗ ବ୍ଲକ ମଧୁସୁଦନପୁର ଗାଁ ପଛପଟେ ଥିବା ଏକ ଚାଷ ଜମି ଭିତରକୁ ଅଞ୍ଜନାଙ୍କୁ ଆଣିଥିଲେ ଦୁଷ୍କର୍ମକାରୀ । ଏଠାରେ ଥିବା ଚାଷ ଜମିରେ ୩ ଜଣ ଅପରାଧୀ ବିବନ ବିଶ୍ବାଳ, ଟୁନା ମହାନ୍ତି ଓ ପଦିଆ ସାହୁ ମିଶି ଦୁଷ୍କର୍ମ କରିଥିଲେ । ଏହାପରେ ବିବନ ନିଜ ଘରକୁ ଚାଲିଯାଇଥିଲେ । ପରେ ପଦିଆ ଆଉ ଟୁନା ମିଶି ଅଞ୍ଜନାଙ୍କୁ ଅନ୍ୟ ଏକ ସ୍ଥାନକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ ।

ତେବେ ଅପରାଧୀମାନେ ଅଞ୍ଜନାଙ୍କ କାରକୁ ନିଜେ ଡ୍ରାଇଭିଂ କରି ଘଟଣାସ୍ଥଳକୁ ଆଣିଥିଲେ ।ବେଲଗାଛିଆ ମହଲା ପାଖ ଓ ଭାଲୁକା ଜଙ୍ଗଲରେ ପୀଡ଼ିତାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ପ୍ରାୟ ତିନି ଚାରି ଘଣ୍ଟା ଧରି ପୀଡ଼ିତାଙ୍କ ସହ ଅପରାଧୀମାନେ ଏହି ଜଘନ୍ୟ କାଣ୍ତ ଘଟଣାଇଥିଲେ । ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।

Share

Leave a Reply

Your email address will not be published. Required fields are marked *

18 − six =