୫ ଲୁଗା ଦୋକାନ ସିଲ୍ କଲା ବିଏମସି

ଭୁବନେଶ୍ୱର: ନିୟମକୁ ବେଖାତିର କରି ଡମଣା ହାଟରେ କିଛି ଦୋକାନ ଖୋଲିଥିଲା । ଏହାର ଖବର ପାଇଁ ପହଞ୍ଚିଥିଲା ବିଏମ୍ସି ଓ ବିଡିଏ ଏନଫୋର୍ସମେଣ୍ଟ ଟିମ୍ । ଘଟଣାସ୍ଥଳରେ ପହଞ୍ଚି ଉକ୍ତ ୫ଟି କପଡା ଦୋକାନକୁ ସିଲ୍ କରିବା ସହ ଫାଇନ୍ ଆଦାୟ କରାଯାଇଛି । ମୋଟ ୭ହଜାର ଟଙ୍କାର ଫାଇନ୍ ଆଦାୟ କରିଛି ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ୍ । କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗରେ ସିଲ୍ ହୋଇଛି ଦୋକାନ । ଲକଡାଉନ ବେଳେ ଦୋକାନ ଖୋଲି କରି ଲୁଗା ବିକ୍ରି କରୁଥିଲେ ଦୋକାନୀ ।

ସୂଚନା ଥାଉକି, କରୋନାର ଚେନ ଭାଙ୍ଗିବା ଲାଗି ରାଜ୍ୟରେ ଲାଗି ରହିଛି ଲକଡାଉନ ଓ ସଟଡାଉନ । ରଜରେ କୋଭିଡ କଟକଣା ମାନି ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅମାନିଆ ଦୋକାନୀଙ୍କ ନିକଟରୁ ଫାଇନ ଆଦାୟ କରିବା ସହ ଆବଶ୍ୟକ ପଡ଼ିଲେ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର । ତେବେ ଏହି ଅବସରରେ ଦୁଇଦିନ ହେବ ଭୁବନେଶ୍ୱରରେ ଜୋରଦାର ଚାଲିଛି ଚେକିଂ । ଅନେକ ଅମାନିଆଙ୍କ ଦୋକାନ ସିଲ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

five × four =