ବିଧବା ମହିଳାଙ୍କୁ ମାଡ଼ ମାରିଲେ ପଡୋଶୀ

ମୟୂରଭଞ୍ଜ: ସନ୍ଦେହର କରୁଣ ପରିଣତି । ଜଣେ ବିଧବା ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି ପଡୋଶୀ ମହିଳା ଏବଂ ପୁରୁଷ ମିଳିତ ଭାବେ ମହିଳାଙ୍କ ହାତଗୋଡ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଂଟା ଥାନା ଅଧିନ କାଳିଆପଦା ଗ୍ରାମରେ । କୁଆମରା ଫାଣ୍ଡିରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମହିଳାଙ୍କୁ ମାଡ଼ ମାରିଥିବା ୨ ମହିଳା ଓ ୨ ପୁରୁଷ ଏବେ ଫେରାର ଅଛନ୍ତି । ପୋଲିସ ସେମାନଙ୍କ ଖୋଜୁଛି ।


ବିଧବା ମହିଳାଙ୍କ ୩ଜଣ ଛୁଆ ଅଛନ୍ତି । ସେ ପିଲାଙ୍କୁ ପାଠ ପଢ଼ାଇବା ଲାଗି ଦିନ ମଜୁରିଆ ଭାବେ କାମ କରନ୍ତି । ତେବେ ପଡ଼ୋଶୀ ଘର ଲୋକେ ତାଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଛନ୍ତି । ଶେଷରେ ନିଷ୍ଠୁର ହୋଇଓ ବିଧବା ମହିଳାଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରିଥିଲେ । ଏକଥା କାହା ଆଗରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଛନ୍ତି । ତେବେ ଘଟଣା ଘଟିବାର ପାଞ୍ଚଦିନ ପରେ ମହିଳା ଥାନାର ଦ୍ୱାରସ୍ଥ ହୋିଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − 18 =