କିମ୍ସରେ କାର୍ଯ୍ୟକ୍ଷମ ହେଲା ଇକମୋ ମେସିନ୍


ଭୁବନେଶ୍ୱର: ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଏକମୋ ଚିକିତ୍ସା । ସଫଳତାର ସହ ଏକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ସଂକ୍ରମିତ ହେବା କାରଣରୁ ଏକମୋ ଚିକିତ୍ସା ଶେଷ ଭରସା ପାଲଟିଛି । ତେବେ ଏୟାରଲିଫ୍ଟ ହେଉଥିବା ରୋଗୀଙ୍କ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏବେ ଏହି ମେସିନ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାବାସୀଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି । ନିକଟରେ ଓଡ଼ିଶାରୁ ୩ଜଣ ଏୟାର ଲିଫ୍ଟ୍ ହୋଇ ବାହାର ରାଜ୍ୟକୁ ଚିକିତ୍ସିତ ହେବାକୁ ଯାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 4 =