କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସା କରାଇଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ଦାନ୍ତ ପରୀକ୍ଷା କରିଛନ୍ତି। ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ଦାନ୍ତ ପରୀକ୍ଷା କରାଇଥିଲେ ବୋଲି ସୂଚନା ମିଳିଛି । ପ୍ରାୟ ଅଧଘଣ୍ଟା ରହିବା ପରେ ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲରୁ ଚାଲି ଯାଇଥିଲେ । ହସ୍ପିଟାଲ ନିର୍ଦେଶକ ଡା.ଚନ୍ଦ୍ରିକା ପ୍ରସାଦ ଦାସଙ୍କ ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦାନ୍ତରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ କ୍ୟାପିଟାଲ୍ ହସ୍ପିଟାଲକୁ ଆସି ଚିକିତ୍ସିତ ହୋଇଥିଲେ ।
ପୂର୍ବରୁ ଅନେକ ଥର ମୁଖ୍ୟମନ୍ତ୍ରୀ କ୍ୟାପିଟାଲ ହସ୍ପିଟାଲକୁ ଆସି ଦାନ୍ତ ପରୀକ୍ଷା କରିଥିଲେ । କିନ୍ତୁ ଗତକାଲି ତାଙ୍କର ଦାନ୍ତ ମାଢ଼ି ଅଧିକ ଫୁଲି ଯାଇଥିଲା ବୋଲି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରିକା ପ୍ରସାଦ ସୂଚନା ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦାନ୍ତ ପରୀକ୍ଷା ହେଉଥିବା ୱାର୍ଡରେ ବରିଷ୍ଠ ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କ ପରୀକ୍ଷା କରିଥିବା ଡା.ଦାସ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

three × 2 =