ବସ୍ ମାଲିକଙ୍କୁ ଗୁଳିମାଡ କରି ଫେରାର ଦୁବୃର୍ତ୍ତ

ରାଜଧାନୀରେ ଫୁଟିଲା ଗୁଳି । ବରମୁଣ୍ଡା ବସଷ୍ଟାଣ୍ଡ ପାର୍କିଂରେ ବସ୍ ମାଲିକଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ‘ସମ୍ପର୍କ’ ବସ୍ ମାଲିକ ପ୍ରୀତମ କୁମାର ଜେନାମଣିଙ୍କୁ ଗୁଳିମାଡ ହୋଇଛି । ଡାହାଣ ପଟ କାନ୍ଧରେ ଓ ପେଟରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ଜେନାମଣିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ବୋଲେରୋରେ ୪ଦୁବୃର୍ତ ଆସି ଗୁଳିକରି ଫେରାର ହୋଇଯାଇଛନ୍ତି । ତେବେ ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ୍ ପହଂଚି ଛାନଭିନ୍ ଆରମ୍ଭ କରିଛି ।

Share

Leave a Reply

Your email address will not be published. Required fields are marked *

16 − six =