ବିଜୁଙ୍କ ଆଦର୍ଶ: ସ୍ବାଭିମାନ ପାଇଁ ଲଢେଇ କରିବାକୁ ନବୀନଙ୍କ ଆହ୍ବାନ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ | ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ତେବେ ବିଜେଡ଼ି ପାର୍ଟି ଅଫିସରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ବିଜୁ ବାବୁଙ୍କ ସ୍ମୃତି ଚାରଣ କରି ନବୀନ କହିଛନ୍ତି ଯେ, ସେବା ଓ ସ୍ୱାଭିମାନ ବିଜୁ ବାବୁଙ୍କ ଲକ୍ଷ୍ୟ ଥିଲା । ଯାହା ବିଜେଡିର ମଧ୍ୟ ଲକ୍ଷ୍ୟ । ତେଣୁ ବିଜେଡି ଓଡିଶାବାସୀଙ୍କ ପ୍ରିୟ ଦଳ ହୋଇ ରହିଛି ଓ ରହିବ । ନବୀନ କହିଛନ୍ତି ଆଜି ଯେତେବେଳେ ଗାଁର କଚ୍ଚା ଘରେ ରହୁଥିବା ଲୋକଙ୍କ ଘର ପକ୍କା ହେଉଛି, ତାଙ୍କ ଘରକୁ ପାଇପ ପାଣି ଆସୁଛି, ବିଜୁଳି ଆଲୋକରେ ତାଙ୍କ ଘର ଉଜ୍ଜଳ ଦିଶୁଛି । ସେତେବଳେ ତା’ ମୁହଁରେ ହସ ଆସୁଛି । ତାହା ହେଉଛି ଆମ ପାଇଁ ସବୁଠାରୁ ବଡ଼ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଆଜି ଯେତେବେଳେ ମା’ଟି ପଞ୍ଚାୟତ ଅଫିସରେ ବସି ଗାଁ ବିକାଶ କଥା ଚିନ୍ତା କରୁଛି, ମିଶନଶକ୍ତିର ମା’ଟି ଋଣ ଆଣି ପରିଶ୍ରମ କରି ପରିବାର ପାଇଁ ସମୃଦ୍ଧି ଆଣୁଛି, ସେତେବେଳେ ବିକାଶର ଚିତ୍ର ଉଜ୍ଜଳ ଦିଶୁଛି । ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ପାଇଁ ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ସୃଷ୍ଟି ହେଉଛି, ସେତେବେଳେ ଯୁବ ସମାଜର ସ୍ୱପ୍ନ ଯୁବ ସମାଜ ସ୍ୱପ୍ନ ସାକାର ହେଉଛି । ତଥାପି ଆମକୁ ଆହୁରି ଅନେକ ବାଟ ଯିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହିତ ବିଜୁ ବାବୁଙ୍କ ଜୟନ୍ତି ଓଡ଼ିଶାବାସୀଙ୍କ ସେବା କରିବା ନେଇ ଶପଥ ନେବାକୁ ବିଜୁ ଜନତା ଦଳର ନେତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ଏବଂ ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା ବୋଲି ସେ କହିଛନ୍ତି ।

ଓଡିଶାର ଅତୀତ ଗୌରବକୁ ଫେରାଇ ଆଣିବା ଏବଂ ଓଡିଶାକୁ ବିକାଶର ଶିଖରରେ ପହଞ୍ଚାଇବା ଥିଲା ବିଜୁବାବୁଙ୍କ ଜୀବନର ଲକ୍ଷ୍ୟ । ସେବା ଓ ସ୍ଵାଭିମାନ ଥିଲା ତାଙ୍କ ଆଦର୍ଶ । ଏହି ଆଦର୍ଶରେ ଆମ ଦଳର ଲକ୍ଷ ଲକ୍ଷ କର୍ମୀ , ଭାଇ ଭଉଣୀ କାମ କରି ଚାଲିଛନ୍ତି । ଆଜି ଯେତେବେଳେ ମା ଟିଏ ପଞ୍ଚାୟତ ଅଫିସରେ ବସି ଗାଁ ର ବିକାଶ କଥା ଚିନ୍ତା କରୁଛି, ମିଶନ ଶକ୍ତିର ମା ଟିଏ ଆଜି ଯେତେବେଳେ ଋଣ ଆଣି ପରିଶ୍ରମ କରି ବେପାର ବୃଦ୍ଧି କରୁଛି ଓ ତାର ପରିବାର ପାଇଁ ସମୃଦ୍ଧି ଆଣୁଛି; ସେତେବେଳେ ବିକାଶର ଚିତ୍ର ଉଜ୍ଜ୍ଵଳ ଦିଶୁଛି। ସରକାରୀ ସ୍କୁଲରେ ପଢୁଥିବା ପିଲା ପାଇଁ ଯେତେବେଳେ ସୁଯୋଗ ସୃଷ୍ଟି ହଉଛି ସେତେବେଳେ ଯୁବ ସମାଜ ର ସ୍ଵପ୍ନ ଦିଗନ୍ତ ପ୍ରସାରୀ ହଉଛି । କ୍ରୀଡା କ୍ଷେତ୍ରରେ ନୂଆ ସୁଯୋଗ ଯୁବ ସମାଜ ପାଇଁ, ତା ପ୍ରତିଭାର ବିକାଶ ପାଇଁ ରାସ୍ତା ଦେଖାଉଛି । ବିଜୁବାବୁଙ୍କ ନୀତି, ଆଦର୍ଶ ଓ ଚିନ୍ତାଧାରା ଆଜି ଆମର ପ୍ରତିଟି ପଦକ୍ଷେପରେ ପ୍ରତିଫଳିତ ହେଉଛି । ତଥାପି ଆମକୁ ଆହୁରି ଅନେକ ପଥ ଅତିକ୍ରମ କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × four =