ବିଜୁ ବାବୁଙ୍କ ସ୍ୱପ୍ନ ଆମକୁ ଶୋଇବାକୁ ଦେଉନାହିଁ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୫ତମ ଜୟନ୍ତୀ | ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପଂଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି । ତେବେ ବିଜେଡ଼ି ପାର୍ଟି ଅଫିସରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ବିଜୁ ବାବୁଙ୍କ ଇଚ୍ଛା ଥିଲା ଏ ରାଜ୍ୟକୁ ଏକ ଅଗ୍ରଣୀ ରାଜ୍ୟ କରିବାକୁ । କେବଳ ଭାରତ ନୁହେଁ ସମଗ୍ର ଏସିଆ ମହାଦେଶରେ ଅଗ୍ରଣୀ କରିବାର ତାଙ୍କ ଇଚ୍ଛା ଥିଲା । ଏ ଜାତିକୁ ଆଗକୁ ନେବା ପାଇଁ ସେ ନିଜ ଯୌବନ ଓ ତାଙ୍କ ଜୀବନର ସମସ୍ତ ଜମା ପୁଞ୍ଜିକୁ ଖଟାଇଥିଲେ । ଏବଂ ଏଥିରେ ସେ ଅନେକ ମାତ୍ରାରେ ସଫଳ ମଧ୍ୟ ହୋଇଛନ୍ତି । ତାଙ୍କ ଅବର୍ତ୍ତମାନରେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିକାଶ କାର୍ଯ୍ୟର ମଙ୍ଗ ଧରିଛନ୍ତି । ଏ ଜାତିକୁ ଆଗକୁ ନେବାର ଯେଉଁ ସ୍ୱପ୍ନ ବିଜୁ ବାବୁ ଦେଖିଥିଲେ ତାହା ଆମ ନେତାଙ୍କୁ ଶୋଇବାକୁ ଦେଉନାହିଁ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାଶ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀ ଯାହା ଆମ ପାଇଁ କରୁଛନ୍ତି, ଆମେ ୨୪ ଘଣ୍ଟା କାମ କଲେ ମଧ୍ୟ ସମାନ ହେବନି । ଏହି ବିଜୁ ଜନତା ଦଳ ଏକ ପ୍ଳାଟଫର୍ମ, ଯାହା ଆମ ସମସ୍ତଙ୍କୁ ପରିଚୟ ଦେଇଛନ୍ତି । ଏହି ପ୍ଳାଟଫର୍ମ ମାଧ୍ୟମରେ ଆମେ ଆମର ଦାବି ଉପସ୍ଥାପନ କରିପାରୁଛେ । ଆଞ୍ଚଳିକ ଦଳ ଗଠିତ ହୋଇଥିଲା ବୋଲି ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରୁଛି । ବିଜୁ ଓ ନବୀନ ଆଦର୍ଶରେ ଗଠିତ ହୋଇଛି ଏହି ‘ପ୍ଳାଟଫର୍ମ’କୁ ପର ପିଢ଼ି ପାଇଁ ଆହୁରି ଅଧିକ ସୁସଂଗଠିତ କରିବା ଆମ ପାଇଁ ଗୁରୁ ଦାୟିତ୍ୱ। ଏଥିଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଋଣି ରହିବା ଦରକାର । ସମସ୍ତେ ନବୀନ ଆଦର୍ଶରେ କାମ କରୁଛନ୍ତି। ମିଶନ ଶକ୍ତି କେସ ଷ୍ଟଡି ସାରା ବିଶ୍ୱ ପାଇଁ । ଏଭଳି କାମ ଏହି ଜାତି ପାଇଁ ଆମକୁ କରିବାର ଅଛି ବୋଲି ସେ କହିଛନ୍ତି । ଆଞ୍ଚଳିକ ଦଳ ଗଠିତ ହୋଇଥିବାରୁ ଓଡ଼ିଶାର ସ୍ୱାର୍ଥ ରକ୍ଷା ହୋଇପାରୁଛି ।

Share

Leave a Reply

Your email address will not be published. Required fields are marked *

2 × 1 =