ବିବନକୁ ୨ ଦିନିଆ ରିମାଣ୍ଡରେ ନେଲା ସିବିଆଇ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜିଠୁ ଦୁଇଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ବିବନକୁ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ ଟିମ୍ । ଅଧିକ ତଥ୍ୟ ପ୍ରମାଣ ଯୋଗାଡ଼ ପାଇଁ ମାରାଥନ ଜେରା କରିବ ସିବିଆଇ । ସିବିଆଇର ତଦନ୍ତକାରୀ ଟିମ୍ ମୁଖ୍ୟ ଅଭିଯୁକ୍ତ ବିବନକୁ ନେବା ପାଇଁ ଝାରପଡା ଜେଲରେ ପହଞ୍ଚିଛନ୍ତି । ଏହି ସମୟରେ ବାରଙ୍ଗର ଘଟଣାସ୍ଥଳରେ ବିବନକୁ ନେଇ ପୁରା ଘଟଣାକ୍ରମର ସିନ୍ ରି କ୍ରିଏସନ୍ କରାଇପାରେ ସିବିଆଇ । ବିବନକୁ ନେଇ ତଦନ୍ତକାରୀ ଟିମ ତାହାର ଘରକୁ ମଧ୍ୟ ଯାଇପାରେ । ବିବନ ସମ୍ପର୍କରେ ତାର ପରିବାର ଲୋକଙ୍କୁ ମଧ୍ୟ ସିବିଆଇ ପଚରାଉଚରା କରିପାରେ ।

୧୯୯୯ରେ ଘଟିଥିବା ସେହି ଜଘନ୍ୟ ଅପରାଧର ସତ ବଖାଣିବ ଅଭିଯୁକ୍ତି ବିବନ। ତେବେ କମିଶନରେଟ୍ ପୋଲିସ ଠାରୁ ମିଳିଥିବା ନକଲି ପରିଚୟପତ୍ରକୁ ନେଇ ମଧ୍ୟ ଖୋଳତାଡ଼ କରିବ। ଗତକାଲି ଟିଆଇ ପରେଡରେ ଅଭିଯୁକ୍ତ ବିବନଙ୍କୁ ଚିହ୍ନିଛନ୍ତି ଅଞ୍ଜନା। ୧୦ଜଣଙ୍କୁ ଛିଡ଼ା କରାଯାଇ ତାଙ୍କ ଭିତରୁ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନିବାକୁ କୁହାଯାଇଥିଲା। ହେଲେ ଅଞ୍ଜନା କିନ୍ତୁ ୨୨ ବର୍ଷ ପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଚିହ୍ନି ପାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × 3 =