ଶାରିରୀକ ସମ୍ପର୍କ ରଖିବା ପରେ ପ୍ରେମିକାକୁ ଧୋକା ଦେଇଥିବା ପ୍ରେମିକକୁ କୋର୍ଟ ଚାଲାଣ କଲା ପୋଲିସ

ଦେବଗଡ଼: ବିବାହ ପ୍ରଲୋଭନ ଦେଇ ୬ ବର୍ଷ ହେଲା ପ୍ରେମ ସମ୍ପର୍କ ରଖିବା ପରେ ଅଧରାସ୍ତାରେ ଛାଡି ଫେରାର୍ ହେବା ଜଣେ ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏପରିକି ପ୍ରେମିକା ଜଣକ ଜାତି ସମାଜ ଲୋକଙ୍କୁ ନେଇ ସମାଧାନ ପାଇଁ ଚେଷ୍ଟାକରି ବିଫଳ ହେବାରୁ ଥାନା ପହଞ୍ଚି ପ୍ରେମିକ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି । ପୁଲିସ୍ କୋର୍ଟରେ ଯୁବତୀଙ୍କ ବୟାନ ରେକର୍ଡ କରାଇ ଅଭିଯୁକ୍ତ ପ୍ରେମିକ ରିଆମାଳ ଥାନା ତେଲିମୁଣ୍ଡା ଗାଁର ପୁରୁ ଓରଫ୍ ପୁରୁଷୋତମ ନାୟକ(୪୧)କୁ ଗିରଫ କରି କୋର୍ଟଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ବେଳେ ଯୁବତୀ ଜଣକ ଏକ ଆଶ୍ରୟ ଗୃହରେ ଥିବା ଥାନାଧିକାରୀ ଗୋପବନ୍ଧୁ ବେହେରା ସୂଚନା ଦେଇଛନ୍ତି ।

ଅଭିଯୋଗ ମତେ ପୁରୁଷୋତ୍ତମ ୬ ବର୍ଷ ହେଲା ରିଆମାଳ ଥାନାଞ୍ଚଳର ସଂପୃକ୍ତ ୨୯ ବର୍ଷିୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ସ୍ଥାପନ କରିବା ସହ ଘରକୁ ଯିବାଆସିବା କରୁଥିଲା । ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପୁରୁ ଗତ ୧୧ ତାରିଖ ଏକ କାରରେ ଅନୁଗୁଳ ନେଇ ୨ ଦିନ ରହିଥିଲେ । ଯୁବତୀଙ୍କ ବାରଣ ସତ୍ୱେ ତାଙ୍କ ସହ ଦୈହିକ ସମ୍ପର୍କ ରଖିବା ପରେ ଗତ ୧୩ ତାରିଖ ଘରକୁ ଫେରିଥିଲେ । ପରେ ପୁରୁ ବିବାହ ପାଇଁ ମନା କରିବା ସହ ଅଧରାସ୍ତାରେ ଛାଡି ଫେରାର୍ ମାରିଥିଲା । ଯୁବତୀ ଜଣକ ଗାଁରେ ପହଞ୍ଚି ସମସ୍ତ ଘଟଣା କହିବା ପରେ ତାଙ୍କ ପରିବାର ଜାତି ସମାଜ ଲୋକଙ୍କୁ ନେଇ ଏହାର ସମାଧାନ ପାଇଁ ଚେଷ୍ଟାକରି ବିଫଳ ହୋଇଥିଲେ । ଏପରିକି ସମାଧାନ ବଦଳରେ ଅଭିଯୁକ୍ତଙ୍କ ପରିବାର ଯୁବତୀଙ୍କୁ ହତ୍ୟା ଧମକ୍ ଦେବାରୁ ଯୁବତୀ ଜଣକ ଥାନା ଦ୍ୱାରସ୍ଥ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

12 − six =