ଲୋକଙ୍କ ଇଚ୍ଛାର ପ୍ରତିଫଳନ ମୋ ସରକାର

ଗଣତନ୍ତ୍ରରେ ଲୋକେ ହିଁ ଜୀବନ ଶକ୍ତି
ସାମିଲ ହେବା ୨୨ ବିଭାଗ, ୫ ସୁଧା ସବୁ ବିଭାଗ ସାମିଲ ହେବ
ଭୁବନେଶ୍ୱର () ଲୋକମାନେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଜୀବନ ଶକ୍ତି । ସରକାର ହେଉଛି ଲୋକଙ୍କ ଇଚ୍ଛାର ପ୍ରତିଫଳନ, ଯାହା ସେମାନଙ୍କର ଆକାଂକ୍ଷା ପୂରଣ ପାଇଁ ଗଠିତ । ତେଣୁ, ଏହା ଅତ୍ୟନ୍ତ ଜରୁରୀ ଯେ ସରକାରୀ କର୍ମଚାରୀମାନେ ସେହି ଲୋକମାନଙ୍କର ସମ୍ମାନ ରକ୍ଷା କରିବା ଆବଶ୍ୟକ । କାରଣ ସରକାର ସେମାନଙ୍କ ସେବା କରିବାକୁ ଏବଂ ସେମାନଙ୍କ ଇଚ୍ଛାକୁ ସମ୍ମାନ ଦେବାକୁ ଗଠନ ହୋଇଛି । ସେବା କେବଳ ଏକ ସ୍ଲୋଗାନ ନୁହେଁ ବରଂ ଏକ ସଂସ୍କୃତି ହେବା ଉଚିତ, ଯାହା ପ୍ରତ୍ୟେକ ସରକାରୀ କର୍ମଚାରୀ ସର୍ବଦା ଗ୍ରହଣ କରିବା ଏବଂ ସେମାନଙ୍କ ପ୍ରତ୍ୟେକଟି କାର୍ଯ୍ୟରେ ତାହା ପ୍ରତିଫଳିତ ହେବା ଜୁରୁରି । ଆଜି ଆଉ ପାଞ୍ଚଟି ବିଭାଗ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତି ସ୍ପଷ୍ଟ ଭାବେ ଏହି ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି ।
ଆଜି ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେଲା ଅ ।ଉ ପାଞ୍ଚଟି ବିଭାଗ । ସେଗୁଡ଼ିକ ହେଲା ଜଳ ସମ୍ପଦ, ମତ୍ସ୍ୟ ଏବଂ ପଶୁ ସମ୍ପଦ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ଏବଂ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ, ଜଳସମ୍ପଦ ବିଭାଗ । ଏହା ଫଳରେ ମୋ ସାରକାର ଅଧୀନରେ ଥିବା ବିଭାଗର ସଂଖ୍ୟା ୨୨କୁ ବୃଦ୍ଧି ହୋଇଛି । ସେପଟେ ମୋ ସରକାରରେ ଏହି ପାଞ୍ଚଟି ବିଭାଗକୁ ଅନ୍ତର୍ଭୁକ୍ତ କରି ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ମୁଁ ବିଶ୍ୱାସ କରେ ତୁମେ ସମସ୍ତେ ବାର୍ତ୍ତାକୁ ଅତି ସ୍ପଷ୍ଟ ଭାବରେ ପାଇଛ । ସରକାରୀ କର୍ମଚାରୀ ଭାବରେ, ମୋର ଦାୟିତ୍ୱ ଅଛି ଯେ ମୋର ରାଜ୍ୟର ପ୍ରତ୍ୟେକ ନାଗରିକ ତାଙ୍କ ହୃଦୟରୁ କୁହନ୍ତି ଯେ ଏହା ପ୍ରକୃତରେ ମୋ ସରକାର ଅଟେ । ଏଥିରେ ଥିବା ବିଭାଗର ସମସ୍ତ ପାଞ୍ଚଜଣ ମନ୍ତ୍ରୀ ହସ୍ତତନ୍ତ ଏବଂ ବୟନ ମନ୍ତ୍ରୀ ପଦ୍ମିନୀ ଦିଅ ।ନ୍‌, ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ, ଏସଏସପିଡି ମନ୍ତ୍ରୀ ଅଶୋକ ପଣ୍ଡା, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଅରୁଣ ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଏହି ଅବସରରେ କହିଥିଲେ ।
ସେପଟେ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ ତାଙ୍କ ସ୍‌ାଗତ ଭାଷଣରେ କହିଛନ୍ତି ଯେ ମୋ ସରକାର ଶାସନ ପ୍ରକ୍ରିୟାରେ ପରିବର୍ତ୍ତନ ଅ ।ଣିବ ଏବଂ ଓଡିଶାର ଲୋକଙ୍କୁ ସଶକ୍ତ କରିବ ଏହାସହ ୫-ଟି ସଚିବ ଶ୍ରୀ ଭିକେ ପାଣ୍ଡିଅ ।ନ କେନ୍ଦୁଝର, ଜଗତସିଂହପୁର, ବେଦ୍ଧ, ବୋଲାଙ୍ଗୀର ଏବଂ ନବରଙ୍ଗପୁର ଭଳି ଜିଲ୍ଲାର ପାଞ୍ଚଟି ବିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ ମୋ ସରକାର ଉପରେ ଅଧିକାରୀ ଏବଂ କର୍ମଚାରୀଙ୍କ ସଚେତନତାକୁ ନେଇ ସେ ସନ୍ତୋଷ ବ୍ୟକ୍ତ କରିଛନ୍ତି ସେ ଏହା ମଧ୍ୟ କହିଛନ୍ତି ଯେ ସୋସିଅ ।ଲ ମିଡିଅ ।ରେ ପ୍ରକାଶିତ ଯୋଗାଯୋଗକୁ ସରକାରୀ ଯୋଗାଯୋଗ କିମ୍ବା ଅ ।ଦେଶ ଭାବରେ ମଧ୍ୟ ବିବେଚନା କରାଯିବା ଅ ।ବଶ୍ୟକ ତେଣୁ, ସୋସିଅ ।ଲ ମିଡିଆ ଯୋଗାଯୋଗର ପ୍ରତିକ୍ରିୟା ଶୀଘ୍ର ହେବା ଜରୁରୀ
Share

Leave a Reply

Your email address will not be published. Required fields are marked *

thirteen + 17 =