କଲେଜ କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ଗୁଣ୍ଡାରାଜ

ସମ୍ବଲପୁର: ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ  କୁନ୍ତରା ମହାବିଦ୍ୟାଳୟ କ୍ୟାମ୍ପସ ଭିତରେ ଛାତ୍ରୀଙ୍କୁ ଜଣେ ଅଣଛାତ୍ର ବ୍ଲେଡ୍‌ ମାଡ଼ ପିଟିଛନ୍ତି । କୁନ୍ତରା ମହାବିଦ୍ୟାଳୟରେ ଯୁକ୍ତ ୩ ପ୍ରଥମ ବର୍ଷରେ ପଢ଼ୁଥିବା ଛାତ୍ରୀ ଜଣକ  କ୍ଲାସ୍‌ ସରିବା ପରେ ସେ କ୍ୟାମ୍ପସ ଭିତରେ ବୁଲୁଥିବା  ସମୟରେ ଜଣେ ଅଣଛାତ୍ର ତାଙ୍କୁ ଡାକିଥିଲେ। ସେ ଆସିବା ପରେ ତାଙ୍କ ସହିତ କିଛି ସମୟ କଥା ହୋଇଥିଲେ ସମ୍ପୃକ୍ତ ଯୁବକ। ପରେ ସେ ସୁସ୍ମିତାଙ୍କ ବେକରେ ବ୍ଲେଡ୍‌ ମାରିଥିଲେ।ଛାତ୍ରୀଙ୍କ ଚିତ୍କାର ଶୁଣି ସାଥୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୁନ୍ତରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଏନେଇ କୁଶୁମୀ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଅଣ ଛାତ୍ରକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।

 

Share

Leave a Reply

Your email address will not be published. Required fields are marked *

18 − 7 =