ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ପୁରୀ() ପୁରୀରେ ବନ୍ୟାସ୍ଥିତି ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ। ସର୍କିଟ ହାଉସରେ ସ୍ଥିତି ସମୀକ୍ଷା କଲେ ସଞ୍ଜୟ ଦାସବର୍ମା । ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତିର ମୁକାବିଲା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିଛନ୍ତି । ବିପଦସଙ୍କୁଳ ନଦୀବନ୍ଧ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ମହାନଦୀରୁ ଦୟା, ଭାର୍ଗବୀ, ଲୁଣାକୁ ୫ ଲକ୍ଷ କ୍ୟୁସେକ ଜଳ ଆସିବ । ପୁରୀ ଜିଲ୍ଲାକୁ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ଏନଡିଆରଏଫ, ଓଡ୍ରାଫ, ମେଡିକାଲ ଟିମ୍ ସଜାଗ ରଖିବାକୁ ନିର୍ଦ୍ଦେଶ ରହିଛି । ରିଲିଫ ଓ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ରହିଛି ।

ଏହା ସହ ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ଅତି ଶୀଘ୍ର ଫସଲ କ୍ଷୟ କ୍ଷତିର ଆକଳନ କରିବା ପାଇଁ ବୈଠକରେ କୁହାଯାଇଛି । ବୈଠକ ରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ , ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତରଣ ସାହୁ, ଜଳ ସମ୍ପଦ ସୁପେରିଟେଣ୍ଡ ଇଞ୍ଜିନିଅର ଚିନ୍ମୟ ରାଉତ, ଏକଜୁକୁଟିଭ ଇଞ୍ଜିନିଅର ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

one × 3 =