ଜେଇଇ ପରୀକ୍ଷାର୍ଥୀଙ୍କର ହେବ ଥର୍ମାଲ ସ୍କାନିଂ

ଭୁବନେଶ୍ବର() ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ଜେଇଇ ପରୀକ୍ଷାର୍ଥୀଙ୍କର କରାଯିବ ଥର୍ମାଲ ସ୍କାନିଂ । ଏଥିପାଇଁ ସରକାରଙ୍କ କଡା ନିର୍ଦ୍ଦେଶ ରହିଛି । ପରୀକ୍ଷା ପରିଚାଳନା ସହ କୌଣସି ପରୀକ୍ଷାର୍ଥୀମାନଙ୍କର ଯେପରି କିଛି ଅସୁବିଧା ହେବ ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯିବ । ସେଥିପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ଭୁବନେଶ୍ବରରେ ୬ଟି ପରୀକ୍ଷା କେନ୍ଦ୍ର ରହିଛି । ପ୍ରାୟ ୧୬ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେମାନଙ୍କର ଯେପରି କୌଣସି ଅସୁବିଧା ନ ହେବ, ସେ ନେଇ ବ୍ୟବସ୍ଥା କରାଯିବ । ଯେଉଁମାନେ ଖୋର୍ଦ୍ଧାରୁ ଅନ୍ୟ ଜିଲ୍ଲାକୁ ଯିବେ ପରୀକ୍ଷା ଦେବା ପାଇଁ ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ । କେନ୍ଦ୍ର ବାହାରେ ଯେଉଁଭଳି ଗହଳି ନହେବ ଏବଂ ସାମାଜିକ ଦୂରତା ବଜାୟ ରହିବ ସେ ନେଇ ମଧ୍ୟ ଧ୍ୟାନ ଦିଆଯିବ ।

ଭୁବନେଶ୍ବରର ସ୍ବତନ୍ତ୍ର ପ୍ରଦକ୍ଷଣ କକ୍ଷରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକ ପରେ ଖୋର୍ଦ୍ଧା ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × five =