ଆଇଏଏସ ଅଦଳବଦଳ

ଭୁବନେଶ୍ବର () ୧୯୮୬ ବ୍ୟାଚ ଆଇଏଏସ ଅସୀତ କୁମାର ତ୍ରିପାଠୀଙ୍କ ମୁଖ୍ୟ ଶାସନ ସଚିବ ଓ ମୁଖ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଓରସାକର ସଭାପତି ଭାବେ ଦାୟିତ୍ବ ତୁଲାଇବେ । ଆସନ୍ତା 19 ତାରିଖରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ । ୧୯୮୫ ବ୍ୟାଚ୍‍ ଆଇଏଏସ ଗଗନ କୁମାର ଧଳଙ୍କୁ ଓଡିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ଧଳ ଗତ 6 ତାରିଖରୁ ଇସ୍ତାଫା ଦେଇସାରିଛନ୍ତି ।  ତେଣୁ ସେ ତାଙ୍କ ପଦବିରେ ଯୋଗ ଦେବେ କି ନାହିଁ ତାହା ଜଣାପଡିନାହିଁ । ୧୯୮୬ ବ୍ୟାଚ ଆଇଏଏସ ସୁରେଶ ଚନ୍ଦ୍ର ମହାପାତ୍ର ହେଲେ ଉନ୍ନୟନ କମିଶନର । ଏଥିସହିତ ସେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦରେ ରହିବେ ।

୧୯୮୬ ବ୍ୟାଚ ଆଇଏଏସ ସୁଦର୍ଶନ ପାଲ ଠାକୁରଙ୍କୁ ଅତରିକ୍ତ ଭାବେ କେବିକେ ମୁଖ୍ୟ ପ୍ରଶାସକ ଦାୟିତ୍ବ ଦିଆଯାଇଛି । ସେ ଏବେ ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଅଛନ୍ତି । ୧୯୮୮ ବ୍ୟାଚ ଆଇଏଏସ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ କୃଷି ଉତ୍ପାଦନ କମିଶନର ଦାୟିତ୍ବ ଦିଆଯାଇଛି । ସେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ୧୯୮୯ ବ୍ୟାଚ୍‍ ଆଇଏଏସ୍‍ ମୋନା ଶର୍ମାଙ୍କୁ ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ଦାୟିତ୍ବ ଦିଆଯାଇଛି । ସେ ଏବେ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅଛନ୍ତି । ୧୯୯୦ ବ୍ୟାଚ୍‍ ଆଇଏଏସ ସଞ୍ଜୀବ ଚୋପ୍ରାଙ୍କୁ ଅତିରିକ୍ତ ଭାବେ ଗୃହ ବିଭାଗ ଦାୟିତ୍ବ ଦିଆଯାଇଛି । ସେ ଏବେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସହିତ ଓଏମ୍‍ସିର ଅଧ୍ୟକ୍ଷ ଅଛନ୍ତି ।

ସେହିଭଳି ଭାରତୀୟ ଟେଲିକମ୍‍ ସେବାର ବରିଷ୍ଠ ଅଫିସର ରୁଦ୍ର ନାରାୟଣ ପଲାଇ ହେଲେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ । ସେ ଏବେ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି । ବରିଷ୍ଠ ଆଇଆରଟିଏସ୍‍ ଅଫିସର ମନୋଜ ମିଶ୍ରଙ୍କୁ ଇଲେକଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ସେ ଏବେ ବାଣିଜ୍ୟ ଓ ପରିବହନ ବିଭାଗରେ ରେଳବାଇ ସଂଯୋଜକ କମିଶନର ଦାୟିତ୍ବରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − ten =