ବାବାଙ୍କ ପାଦ ତଳେ ସ୍ୱର୍ଗ ଥାଏ, ଏହାକୁ କିଭଳି ଅନୁଭବ କରିବା

ଭୁବନେଶ୍ୱର: ହିନ୍ଦୁ ଧର୍ମରେ ବର୍ଣ୍ଣିତ ନବଧା ଭକ୍ତି ମଧ୍ୟରୁ ଗୁରୁ ପାଦ ସେବା ଏକମତ । ସମାଧି ପ୍ରାପ୍ତ ହେବା ପରେ ଗୁରୁ ନଶ୍ୱର ଶରୀର ତ୍ୟାଗ କରନ୍ତି । ଏହାପରେ ଗୁରୁଙ୍କ ଚରଣ ଯୁଗଳ ଶିଷ୍ୟର ପ୍ରଥମ ଧ୍ୟେୟ ହେବା ଉଚିତ । ତେବେ ବାବାଙ୍କ ଭକ୍ତ ଗୁରୁଙ୍କର ପାଦରୁ ମସ୍ତକ ଏବଂ ମସ୍ତକରୁ ପାଦକୁ ଧ୍ୟାନ କରିବାକୁ ପଡ଼ିବ । ଏକାଗ୍ର ଚିତ୍ତରେ ଗୁରୁପାଦ ଧ୍ୟାନ କଲେ ସମସ୍ତ ଅହଙ୍କାରର ବିନାଶ ଘଟିଥାଏ ଏବଂ ଅନ୍ତରରେ ସମ୍ପୂର୍ଣ୍ଣ ସମର୍ପଣରେ ଭାବ ଉତ୍ପନ୍ନ ହୋଇଥାଏ । ପାଦକୁ ଧ୍ୟାନ କଲାବେଳେ ଶିଷ୍ୟ ନିଜକୁ ତାଙ୍କର ସଖା ନୁହେଁ, ଦାସ ମନେ କରେ । ସମସ୍ତ ଆଧ୍ୟାତ୍ମିକ ଉତ୍ସ ହେଉଛନ୍ତି ସଦଗୁରୁ । ମନରେ କୌଣସି ପ୍ରଶ୍ନ ନରଖି, କୌଣସି ଦ୍ୱିଧା ନ ରଖି ତାଙ୍କ ଆଜ୍ଞା ପାଳନ କଲେ, ତାଙ୍କ ପାଦ ପୂଜା କଲେ, ତାଙ୍କ ପାଦ ସ୍ପର୍ଶ କଲେ ଆମେ ନିଶ୍ଚିତ ଭାବରେ ଆଧ୍ୟାତ୍ମିକ ଶକ୍ତିର ଅଧିକାରୀ ହୋଇପାରିବା ।

Share

Leave a Reply

Your email address will not be published. Required fields are marked *

20 − fifteen =