ଉତ୍ତରାଖଣ୍ଡରେ ରାଜନୈତିକ ହଟଚମଟ

ଉତ୍ତରାଖଣ୍ଡ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତ । ଆଜି ଅପରାହ୍ନ ୪ଟାରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୋର୍ଯ୍ୟଙ୍କ ସହ ସାକ୍ଷାତ କରି ଇସ୍ତଫା ପତ୍ର ଦେଇଛନ୍ତି ତ୍ରିବେନ୍ଦ୍ର ସିଂହ ରାଓ୍ବତ ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାଓ୍ବତଙ୍କୁ ହଟାଇବାକୁ ବିଜେପି ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ । ୨୦୨୨ରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ବିଦ୍ରୋହୀଙ୍କୁ ଖୁସି କରିବାକୁ ଯାଇ ହାଇକମାଣ୍ଡ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସେପଟେ ତ୍ରିବେନ୍ଦ୍ର ସିଂ ହଟିବା ପରେ ମୁଖ୍ୟମନ୍ତ୍ରୀ ପଦରେ ବସିବା ନେଇ ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା ଜୋରଦାର ହେଉଛି ।ତେବେ ରାଜ୍ୟ ସରକାର ଓ ବିଧାୟକଙ୍କ ମଧ୍ୟରେ ସମନ୍ବୟ ରହୁ ନ ଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ହାଇକମାଣ୍ଡଙ୍କୁ ଚିଠି ଲେଖିଥିଲେ ବିଦ୍ରୋହୀ ଗୋଷ୍ଠୀ ।

Share

Leave a Reply

Your email address will not be published. Required fields are marked *

two × five =