ବନ୍ୟାଂଚଳ ବୁଲି ତଦାରଖ ସୁର

ଭୁବନେଶ୍ୱର() ଜଟଣୀ ବ୍ଲକର ପଧାନସାହି ଗ୍ରାମ ପଞ୍ଚାୟତର କୁହା, ବୋତଣ୍ଡା, ଜାମୁକୋଳି ପଂଚାୟତର ପାଂଚଗାଁ, ବରକୁଦା ପାଣି ଘେରରେ ଥିବାବେଳେ ସେହିପରି କନ୍ତିଆ, ବୁଡ଼ାପଡ଼ା, ବେଣାପରି ପଂଚାୟତର ବୁଡ଼ାଙ୍ଗରା, ପାଣ୍ଡିଆବଲ୍ଲିରିର ଲୋକମାନେ ଜଳଘେର ଭିତରେ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗ୍ରାମ ପଂଚାୟତର ବସନ୍ତ ବଘେଇ ଟାଙ୍ଗି, ବ୍ରାହ୍ମଣ ବେରେଡ଼ି କେରଙ୍ଗ ଗ୍ରାମ ପଂଚାୟତର କୁମ୍ଭିଲ କେରଙ୍ଗ, କୁଣ୍ଡିଲୋ, ନାଲି ଅର୍ଜ୍ଜୁନପୁର ଖୋର୍ଦ୍ଧା ବ୍ଲକ, ବେଗୁନିଆ ବ୍ଲକରେ ୧୦ଦିନ ହେଲାଣି ଜନସାଧାରଣ ପାଣିଘେରରେ ଅଛନ୍ତି । ଲୋକମାନଙ୍କ ସହ ଗୋରୁ ଗାଈ ମଧ୍ୟ ଉପାସ ଭୋକରେ ଘୋର ସଂକଟରେ ରହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ କୌଣସି ରିଲିଫର ବ୍ୟବସ୍ଥା ହୋଇନଥିବାବେଳେ ତୁରନ୍ତ ସରକାର ରିଲିଫ ଯୋଗାଇ ଜନସାଧାରଣଙ୍କ ଜୀବନରକ୍ଷା କରନ୍ତୁ ବୋଲି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଦାବି କରିଛନ୍ତି । ଉକ୍ତ ବନ୍ୟାଂଚଳ ବୁଲି ସେ ତଦାରଖ କରିଥିଲେ । ଏହି ଅବସରରେ ସେ ସଂପୃକ୍ତ ବନ୍ୟାଂଚଳରେ ବନ୍ଧବାଡ଼ି ମରାମତି ତୁରନ୍ତ କରିବାର ବ୍ୟବସ୍ଥା କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଆଜି ସେ ଉପରୋକ୍ତ ବନ୍ୟାଂଚଳକୁ ଯାଇ ରିଲିଫ ମଧ୍ୟ ବଣ୍ଟନ କରିଛନ୍ତି । ସରକାର ଯଥାଶୀଘ୍ର ରିଲିଫ ଔଷଧ ଓ ଗୋ-ଖାଦ୍ୟ ପ୍ରଭାବିତ ଅଂଚଳରେ ଯୋଗାଇ ଦେବାକୁ ବିଧାୟକ  ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 5 =