‘ରୁଚି’ କମ୍ପାନିରେ ଅଗ୍ନିକାଣ୍ଡ

କଟକ ଖାପୁରିଆ ଶିଳ୍ପାଞ୍ଚଳରେ ଥିବା ରୁଚି କମ୍ପାନିରେ ବିଳମ୍ବିତ ରାତିରେ ହୋଇଛି ଭୟଙ୍କର ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ ।

ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ତେବେ ନିଆଁ ଲିଭାଇବା ପାଇଁ ୩ଟି ଗାଡ଼ି ନିୟୋଜିତ ହୋଇଥିଲା । ଅଗ୍ନିକାଣ୍ଡରେ ଅନେକ ଜିନିଷ ପତ୍ର ପୋଡ଼ି ନଷ୍ଟ ହୋଇଛି । କିନ୍ତୁ ଏଥିରେ ବିଶେଷ କ୍ଷୟକ୍ଷତିର ସୂଚନା ମିଳିପାରି ନାହିଁ ।

Share

Leave a Reply

Your email address will not be published. Required fields are marked *

3 × 3 =