ଚିନ୍ତା ବଢାଉଛି ଟ୍ରିପୁଲ ଭ୍ୟାରିଆଣ୍ଟ; ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ ଲାଗିଲା କଟକଣା

ଭୁବନେଶ୍ୱର () କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ । ପଶ୍ଚିମବଙ୍ଗରେ କୋରୋନା ଭାଇରସର୍ ଏକ ନୂଆ ଟ୍ରିପଲ ମ୍ୟୁଟାଣ୍ଟ ମିଳିଥିବାରୁ ସେଠାରୁ ଓଡିଶା ପାଇଁ ବିପଦ ରହିଛି । ଏ ପରିପ୍ରେକ୍ଷୀରେ ଏଣିକି ପଶ୍ଚିମବଙ୍ଗରୁ ଫେରୁଥିବା ଲୋକଙ୍କୁ ୧୪ ଦିନ ସଂଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ତେବେ ୪୮ ଘଣ୍ଟା ପୂର୍ବର ଆରଟିପିସିଆର ନେଗେଟିଭ ରିପୋର୍ଟ ଥିଲେ ହୋମ କ୍ବାରେଣ୍ଟାଇନକୁ ଅନୁମତି ଦିଆଯିବ ।

 

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଗୁୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରୁ ଆସୁଥିବା ବିମାନ ଯାତ୍ରୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବାକୁ ହେବ । ସରକାରୀ ସଂଗରୋଧ କେନ୍ଦ୍ରରେ ପଶ୍ଚିମବଙ୍ଗ ଫେରନ୍ତା ରହିବେ । ଏଥିପାଇଁ ରାଜ୍ୟ ସରକାର ଏହିସୁବ ଜିଲ୍ଲାରେ କ୍ଲଷ୍ଟର ଟିଏମସି ବା ଅସ୍ଥାୟୀ ମେଡିକାଲ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯାଇଛି । ସେଠାରେ ସେମାନଙ୍କୁ ଖାଇବା, ପିଇବାକୁ ଦିଆଯିବ । ଯେଉଁମାନେ ଚାହିଁବେ ସେମାନେ ପେଡ୍ କ୍ୱାରେଣ୍ଟାଇନରେ ରହିପାରିବେ । ମାତ୍ର କେହି ହୋମ କ୍ୱାରେଣ୍ଟାଇନରେ ରହିପାରିବେ ନାହିଁ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ପଶ୍ଚିମବଙ୍ଗରେ ଦିନକରେ ୧୦ ହଜାରରୁ ଅଧିକ ଆକ୍ରାନ୍ତ ହେଉଛନ୍ତି । ପଶ୍ଚିମବଙ୍ଗ ସୀମାନ୍ତ ଅଂଚଳରେ କଡା ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟ ଶାସନ ସଚିବଙ୍କ ଘୋଷଣା ପରେ ସ୍ବତନ୍ତ୍ର ରିଲିଫ କମିଶନର ଏ ସମ୍ପର୍କିତ ଗାଇଡଲାଇନ ଜାରି କରିଛନ୍ତି । ଦୁଇ ଚକିଆ, ତିନିଚକିଆ କିମ୍ବା ଚାରି ଚକିଆ ଯାନରେ ଆସୁଥିବା ସବୁ ଲୋକଙ୍କ ଉପରେ ଏହି କଟକଣା ଲାଗୁ ହେବ । ଏଥିପାଇଁ ପଶ୍ଚିମବଙ୍ଗକୁ ସଂଯୋଗ କରୁଥିବା ସବୁ ଜାତୀୟ ଓ ରାଜ୍ୟ ରାଜପଥ ସହ ପଂଚାୟତ ଓ ଗ୍ରାମୀଣ ରାସ୍ତାରେ ଚେକ ପଏଣ୍ଟ କରାଯିବ । ଏପରିକି ପଂଚାୟତ ପ୍ରତିନିଧିମାନେ ଏ ନେଇ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଶ୍ଚିମବଙ୍ଗ ଫେରନ୍ତା କ୍ବାରେଣ୍ଟାଇନ ନିୟମ ମାନିନଥିଲେ ସେମାନଙ୍କ ରିପୋର୍ଟ ବିଡିଓ କିମ୍ବା ସ୍ଥାନୀୟ ପ୍ରଶାସନକୁ ଦେବେ ପଂଚାୟତ ପ୍ରତିନିଧି । 

Share

Leave a Reply

Your email address will not be published. Required fields are marked *

thirteen − 6 =