ଏଣିକି ଗୋଟିଏ ଅଫିସରେ ୬ବର୍ଷ କାର୍ୟ୍ୟ କରିପାରିବେ କିରାଣୀ

ଭୁବନେଶ୍ୱର() ଏଣିକି ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟରେ ୬ ବର୍ଷରୁ ଅଧିକ ସମୟ କାର୍ୟ୍ୟ କରିଥିବା କିରାଣୀଙ୍କୁ ଅନ୍ୟତ୍ର ବଦଳି କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ବିଇଓ ଏବଂ ଡିଇଓ ଅଫିସରେ ଚାକିରୀ କରୁଥିବା କିରାଣୀ କେବଳ ୬ବର୍ଷ ଗୋଟିଏ ଅଫିସରେ କାର୍ୟ୍ୟ କରିପାରିବେ । ଶିକ୍ଷାବର୍ଷ ଆରମ୍ଭରୁ ଏହି ନିଷ୍ପତ୍ତି କାର୍ୟ୍ୟକାରୀ ହେବ । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + 6 =