୧୫ ଦିନ ବଢିଲା ସର୍ବକ୍ଷମା ଅବଧି

ଭୁବନେଶ୍ୱର()  ୧୫ ଦିନ ବଢ଼ିଲା ସର୍ବକ୍ଷମା ଅବଧି । ଲୋକଙ୍କ ଭିଡ଼ ଓ ଆଗ୍ରହକୁ ଦୃଷ୍ଟିରେ ରଖି ସରକାର ଏପରି ନିଷ୍ପତ୍ତି ନିଆଯାଇଛି । ଶେଷ ମୁହୂର୍ତ୍ତରେ ଆବେଦନକାରୀଙ୍କ ସଂଖ୍ୟା ବଢ଼ୁଛି । ଜନସାଧାରଣଙ୍କ ସୁବିଧା ପାଇଁ ଏହି ନିଷ୍ପତ୍ତି ହୋଇଥିଲେ ହେଁ, ୧୫ ଦିନ ପରେ ଆଉ ବିଆଇନ୍ ନିର୍ମାଣକାରୀଙ୍କୁ ମହଲତ ମିଳିବନି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ରାଜ୍ୟର ୯ ଟି ସହର ଭୁବନେଶ୍ୱର, କଟକ, ରାଉରକେଲା, ତାଳଚେର-ଅନୁଗୁଳ, ବ୍ରହ୍ମପୁର, ସମ୍ବଲପୁର, କଳିଙ୍ଗ ନଗର, ପାରାଦୀପ ଏବଂ ପୁରୀ-କୋଣାର୍କ ଡେଭଲପମେଂଟ ଅଥରିଟୀରେ ଏହି ସର୍ବକ୍ଷମା ଯୋଜନା ଲାଗୁ ହେଉଛି । ସମୟ ବୃଦ୍ଧି ପରେ ଫେବ୍ରୁଆରୀ ୨୦ ତାରିଖ ସର୍ବକ୍ଷମା ଯୋଜନାର ନୂଆ ଡେଡଲାଇନ୍ ସ୍ଥିର ହୋଇଛି । ଏହି ସମୟ ମଧ୍ୟରେ ଅବୈଧ ନିର୍ମାଣକୁ ନିର୍ଦ୍ଧାରିତ ଜୋରିମାନା ଦେଇ ବୈଧ କରାଯାଇପାରିବ । ଏହା ପରେ କିନ୍ତୁ ଅବୈଧ ନିର୍ମାଣ ଠାବ ହେଲେ ସରକାର ନେବେ କାର୍ୟ୍ୟାନୁଷ୍ଠାନ ।

ସୂଚନା ଅନୁସାରେ, ୨୦୧୮ ଜୁନରେ ପ୍ରଥମେ ସର୍ବକ୍ଷମା ଯୋଜନା ଆଣିଥିଲେ ସରକାର । ଉଦ୍ଦେଶ୍ୟ ଥିଲା ବେଆଇନ ନିର୍ମାଣକୁ ଲୋକ କିପରି ବୈଧ କରିପାରିବେ । ୨୦୧୯ ଅଗଷ୍ଟରେ ସର୍ବକ୍ଷମା ସମୟ ସୀମାକୁ ଫେବୃଆରୀ ୫ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା । ଏବେ ଆସନ୍ତା ୨୦ ତାରିଖକୁ ସର୍ବକ୍ଷମାର ନୂଆ ଡେଡଲାଇନ ସ୍ଥିର କରାଯାଇଛି ।

Share

Leave a Reply

Your email address will not be published. Required fields are marked *

16 − thirteen =