ବିଶ୍ୱରେ ତୃତୀୟ ସ୍ଥାନରେ ପହଞ୍ଚିବାର ସମ୍ଭାବନା

ଭୁବନେଶ୍ୱର() କରୋନା ନେଇ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ବୟସ୍କ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ହେବା ସମ୍ଭାବନା ଅଧିକ ରହିଛି । ବୟସ ବଢ଼ିବା ସହ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ । ତେଣୁ ବୟସ୍କ ବ୍ୟକ୍ତିମାନେ ସାବଧାନ ରହିବା ଆବଶ୍ୟକ । ରାଜ୍ୟରେ କରୋନା ସଂକ୍ରମଣରେ ୧୭ଜଣଙ୍କ ମୃତ୍ୟୁ ଘଟିସାରିଛି । ୧୭ ମୃତକଙ୍କ ମଧ୍ୟରୁ ୯ଜଣ ୬୦ବର୍ଷରୁ ଅଧିକ ବୋଲି ଜଣାପଡ଼ିଛି । କରୋନା ଭୂତାଣୁ ଶ୍ୱାସକ୍ରିୟାକୁ ପ୍ରଭାବିତ କରିଥାଏ । ବାହାରକୁ ନଯାଇ ବି ବୟସ୍କ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି ।ପରିବାରର ଅନ୍ୟମାନଙ୍କ ଅବହେଳା ଯୋଗୁଁ ଏହିପରି ହୋଇଛି । ଆଗାମୀ ଗୋଟିଏ ସପ୍ତାହ ଆମ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଭାରତ ବିଶ୍ୱର କରୋନା ଆକ୍ରାନ୍ତ ଦେଶ ଭାବେ ତୃତୀୟ ସ୍ଥାନରେ ପହଞ୍ଚିବାର ସମ୍ଭାବନା ରହିଛି । ବୟସ୍କଙ୍କ ପାଇଁ ପ୍ରଚ୍ଛନ୍ନ ବିପଦ ରହିଛି ଓ ଏଥି ପାଇଁ ସତର୍କତା ଜରୁରୀ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + twenty =