ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ

ପୁରୀ() ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହେବ । ତେବେ ଏକ ଡିଜାଇନ ପ୍ରସ୍ତୁତ ହୋଇଛି ।

ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ଏହି ବୈଠକରେ ବରିଷ୍ଠ ସେବାୟତ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ ।

ତେବେ ପୂର୍ବରୁ କାଠ ଫ୍ରେମିଂ ଡିଜାଇନକୁ ବୈଠକ ଅନୁମୋଦନ କରିସାରିଛି । ଏବେ କେବଳ ରୂପା ଛାଉଣୀର ଡିଜାଇନ ଅନୁମୋଦନ ବାକି ଅଛି । ଉଲ୍ଲେଖଯୋଗ୍ୟ ଯେ, ପାଖାପାଖି ୨୫ଶହ କିଲୋ ରୂପାରେ ମହା ପ୍ରଭୁ ଜଗନ୍ନାଥଙ୍କ ବଡ ଦେଉଳର ୮ଟି ଦ୍ୱାର ଛାଉଣୀ ହେବ ।

ଶ୍ରୀମନ୍ଦିରର ଜୟବିଜୟ , କଳାହାଟ, ବେହରଣ ସହ ମହାଲକ୍ଷ୍ମୀ ମନ୍ଦିର ଗର୍ଭଦ୍ୱାର, ବିମଳା ମନ୍ଦିର ଗର୍ଭ ଦ୍ୱାର, ସାତପାହାଚ, ନୃସିଂହ ମନ୍ଦିର ଦ୍ୱାର ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାର ରୁପାରେ ଛାଉଣୀ ହେବ ।

Share

Leave a Reply

Your email address will not be published. Required fields are marked *

three × one =