ଖୋର୍ଦ୍ଧା ଜିଲ୍ଲାର ଧର୍ମାନୁଷ୍ଠାନ ଖୋଲିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଦ୍ୱିତୀୟ ଲହରର ପ୍ରଭାବ କମୁଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ ପର୍ଯ୍ୟାୟ । କଟକଣା କୋହଳ ହେବା ସହିତ ଧିରେ ଧିରେ ପୁଣି ସବୁ କିଛି ପୂର୍ବ ସ୍ଥିତିକୁ ଫେରୁଛି । ଅନ୍ୟପଟେ ଦୀର୍ଘ ଦିନର ଅପେକ୍ଷା ପରେ ଏବେ ଭକ୍ତ ଓ ଭଗବାନଙ୍କ ମିଳନ ହେବାକୁ ଯାଉଛି ।
ଅନଲକ୍ ପର୍ଯ୍ୟାୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ମିଳିବା ପରେ ଆଜି ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଖୋଲିଛି ଧର୍ମାନୁଷ୍ଠାନ । କେବଳ ବିଏମସି ଅଞ୍ଚଳକୁ ବାଦ୍ ଦେଇ ବାକି ସମସ୍ତ ଅଞ୍ଚଳରେ ସବୁ ଧର୍ମାନୁଷ୍ଠାନ ଗୁଡିକ ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଛି ।
କରୋନା କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି । ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ସ୍ଥିତି ଦେଖି ମନ୍ଦିର ଖୋଲିବା ନେଇ ବିଏମସି ନିଷ୍ପତି ନେବ ବୋଲି ଜଣା ପଡିଛି ।

Share

Leave a Reply

Your email address will not be published. Required fields are marked *

two + 5 =