ନଜର ପକାନ୍ତୁ ରାଜ୍ୟର କରୋନା ଅପଡେଟ୍ ଉପରେ…

ଭୁବନେଶ୍ୱର: ଗତକାଲି ୩ ହଜାର ତଳେ କରୋନା ସଂକ୍ରମଣ ଥିବା ବେଳେ ଆଜି ଏହି ସଂଖ୍ୟା ପୁଣି ବଢିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩ ହଜାର ୫୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ସଙ୍ଗରୋଧରୁ ୨୦୨୮ ଓ ୧୫୨୬ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୬୫୧ ଓ କଟକରୁ ୫୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୨୫୬, ଜଗତସିଂହପୁରରୁ ୧୪୫, ଭଦ୍ରକରୁ ୧୫୮, ବରଗଡ଼ରୁ ୩୧, ବଲାଙ୍ଗୀର ୩୧, ବୌଦ୍ଧରୁ ୩୩, ଦେବଗଡ଼ରୁ ୮, ଢେଙ୍କନାଳରୁ ୫୬, ଗଜପତିରୁ ୨୪, ଗଞ୍ଜାମରୁ ୨୨, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୨୧, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୯, କେଉଁଝରରୁ ୬୫, କୋରାପୁଟରୁ ୬୯, ମାଲକାନଗିରିରୁ ୬୧, ମୟୂରଭଞ୍ଜରୁ ୧୯୬, ବାଲେଶ୍ୱରରୁ ୨୭୧, ଅନୁଗୁଳରୁ ୧୩୩, ପୁରୀରୁ ୨୩୩, ରାୟଗଡ଼ାରୁ ୬୧, ସମ୍ବଲପୁରରୁ ୧୮, ସୋନପୁରରୁ ୨୯, ସୁନ୍ଦରଗଡ଼ରୁ ୭୧, ନୟାଗଡ଼ରୁ ୧୦୦, ନବରଙ୍ଗପୁରରୁ ୨୨, ନୂଆପଡ଼ାରୁ ୨୦ ଓ ଷ୍ଟେଟପୁଲରୁ ୧୦୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − 7 =