ମହାପ୍ରଭୁଙ୍କ ଓଷଲାଗି ନୀତି

ପୁରୀ() ଶ୍ରୀମନ୍ଦିରରେ ଚାଲିଛି ମହାପ୍ରଭୁଙ୍କ ମାନବୀୟ ନୀଳା । ଆଜି ମହାପ୍ରଭୁଙ୍କ ଓଷଲାଗି ନୀତି । ଏହି ନୀତି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଚାଲୁ ରହିବ । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଅସୁସ୍ଥ ହୋଇପଡଛନ୍ତି । ଅଣସରପିଣ୍ଡିରେ ମହାପ୍ରଭୁ ଗୁପ୍ତସେବା ଚାଲିଛି । ଫୁଲୁରୀ ତେଲ ଲାଗାହେବା ପରେ ଧିରେ ଧିରେ ସୁସ୍ଥ ହେବେ ମହାପ୍ରଭୁ ।

ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ ହୋଇଥିଲା ଏହି ଫୁଲୁରୀ ତେଲ । ପୂର୍ବବର୍ଷ ହେରାପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡ଼ା ରାଶିତେଲ, ବେଣାଚେର, କୃଷ୍ଣଭୋଗ ଧାନ, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶ୍ରଣ କରି ଏହି ତେଲ ମାଟି ତଳେ ପୋତା ହୋଇରହିଥାଏ । ଦେବସ୍ନାନ ପୂର୍ଣ୍ଣିମା ପୂର୍ବଦିନ ମାଟିତଳୁ ଏହି ତେଲକୁ ବାହାର କରାଯିବା ପରେ ପଞ୍ଚମୀ ଦିନ ତେଲକୁ ଛଣାଯାଏ । ଆଉ ବଡ଼ ଓଡ଼ିଆ ମଠର ସଦସ୍ୟମାନେ ପ୍ରାୟ ୬ ସେର ଫୁଲୁରି ତେଲ ନେଇ ଶ୍ରୀମନ୍ଦିରରେ ଦଇତାପତିଙ୍କୁ ଅର୍ପଣ କରିଥାନ୍ତି । ମଧ୍ୟାହ୍ନ ଧୂପ ଏବଂ ଦକ୍ଷିଣ ଘର ଭୋଗ ନୀତି ସମ୍ପନ୍ନ ହେବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଅଣସର ଦ୍ବାରା ଖୋଲାଯାଏ ।

Share

Leave a Reply

Your email address will not be published. Required fields are marked *

4 × two =