କରୋନାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲା ଆମେରିକା

ୱାଶିଂଟନ() କରୋନା ଭାଇରସ ଯୋଗୁଁ ଆମେରିକା ରାଷ୍ଟ୍ରପତି ଆମେରିକାକୁ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଟ୍ରମ୍ପ କରୋନା ଭାଇରସର ସ୍ଥିତିକୁ ନେଇ ନିଜର ସମ୍ବୋଧନରେ କହିଛନ୍ତି, ରାଜ୍ୟଗୁଡ଼ିକୁ ଏହି ମହାମାରୀ ମୁକାବିଲା ପାଇଁ ୫୦ ମିଲିୟନ ଡଲାର ଦିଆଯିବ । ସେ ଆମେରିକାରେ ଜରୁରୀକାଳୀନ ଘୋଷଣା କରିଛନ୍ତି ।
ଟ୍ରମ୍ପଙ୍କ ପରାମର୍ଶଦାତା ଏବଂ ବିଶେଷଜ୍ଞ କହିଥିଲେ, ଯଦି ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ ପାଇଁ ଉଦ୍ୟମ କରା ନଯିବ, ତାହେଲେ ୧୫ କୋଟି ଲୋକ ପ୍ରଭାବିତ ହୋଇପାରନ୍ତି ।

ଟ୍ରମ୍ପ କରୋନା ଭାଇରସ ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଏହି ବଡ଼ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ସେ କହିଛନ୍ତି, ଆଗାମୀ ଦିନରେ ଆମକୁ କିଛି ତ୍ୟାଗ କରିବାକୁ ପଡିବ । କିନ୍ତୁ କିଛି ସମୟ ଯାଏଁ ଏହି ତ୍ୟାଗ କରିବା ପରେ ଲାଭ ହେବ । ସେ କହିଛନ୍ତି, ଆଗାମୀ ୮ ସପ୍ତାହ କଠିନ ହେବ । ଆମେରିକାରେ ଏପର୍ୟ୍ୟନ୍ତ ୧୧୦୦ରୁ ଅଧିକ ଲୋକ ଏହି ଭାଇରସ ସଂସ୍ପର୍ଶରେ ଆସିଛନ୍ତି । ୪୦ ଜଣଙ୍କର ମୃତ୍ୟୁ ହୋଇସାରିଛି । ଆମେରିକା ଭଳି ଏକ ବିକାଶଶୀଳ ଦେଶ ପାଇଁ କରୋନା ଭାଇରସ ଚିନ୍ତାର ବିଷୟ ପାଲଟିଛି । ଏହା ପୂର୍ବରୁ ସ୍ପେନ ମଧ୍ୟ ଦେଶରେ ଜରୁରୀକାଳୀନ ଘୋଷଣା କରିଥିଲା ।

Share

Leave a Reply

Your email address will not be published. Required fields are marked *

eighteen + 11 =