୧୫ରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର() ଶୁକ୍ରବାର କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର ।କରୋନା ମୁକାବିଲା ନେଇ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ନେଉଛନ୍ତି । ଏମିତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ମାର୍ଚ୍ଚ ୧୫ ତାରିଖଠାରୁ ବନ୍ଦ କରିବା ଲାଗି ଘୋଷଣା କରିଛନ୍ତି । ପ୍ରାଣୀ ଉଦ୍ୟାନ ବନ୍ଦ କରିବା ନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାସ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିର ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡିଛି ।

ନନ୍ଦନକାନନକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପର୍ୟ୍ୟଟକ ଆସୁଥିବାରୁ ଏହାକୁ ବନ୍ଦ କରିବା ନେଇ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପର୍ୟ୍ୟଟନ, ସଂସ୍କୃତି ବିଭାଗ ମଧ୍ୟ ନିର୍ଦ୍ଦେଶନାମା ଜାରି କରିଥିଲା ।

Share

Leave a Reply

Your email address will not be published. Required fields are marked *

13 − twelve =