ଆରମ୍ଭ ହେଲା ରଥ ଟଣା

ପୁରୀ() ଆଜି ପ୍ରବିତ୍ର ବାହୁଡା ଯାତ୍ରା । ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ୁଛନ୍ତି ମହାବାହୁ । ଶେଷ ହେଲା ଛେରା ପହଁରା । ଜନ୍ମବେଦୀ ଛାଡ଼ି ଆଜି ରତ୍ନବେଦୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଧାର୍ୟ୍ୟ ସମୟଠାରୁ ପାଖାପାଖି ୩ ଘଣ୍ଟା ପୂର୍ବରୁ ପୁରୀରେ ଟଣା ହୋଇଛି ରଥ। ନିୟମ ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ଟଣା ହୋଇଛି।ଅପରାହ୍ଣ ୪ଟା ବେଳେ ରଥ ଟାଣିବାକୁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ୧୫ ମିନିଟ୍ରେ ରଥ ଟଣା ଆରମ୍ଭ ହୋଇଥିଲା।

ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭିଡ଼କୁ ଆଖିରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାସହ ପୁଲିସ ଟ୍ରାଫିକ କଟକଣାକୁ କଡ଼ାକଡ଼ି କରିଛି ।। ଆସନ୍ତାକାଲି ସିଂହଦ୍ବାର ଚକଡ଼ାରେ ତିନି ରଥ ଲାଗିବା ପରେ ୧୩ ତାରିଖ ଦିନ ଦ୍ବାଦଶୀ ତିଥିରେ ରଥ ଉପରେ ମହାପ୍ରଭୁଙ୍କ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

two × two =