ବଢିବ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ()  ପେଟ୍ରୋଲ-ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଓ ରୋଡ୍ ସେସ୍ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ପରେ ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇବ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଶସ୍ତା ଥିବା କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଶୁକ୍ରବାର ଦିଲ୍ଲୀରେ ପେଟ୍ରୋଲ ୭୦ ଟଙ୍କା ଥିବାବେଳେ ଶନିବାର ୬୯.୮୭ ଟଙ୍କା ରହିଛି। ସେହିପରି ଗତ ଶୁକ୍ରବାର କଲକାତାରେ ପେଟ୍ରୋଲ ୭୨.୭୦ ଟଙ୍କା, ମୁମ୍ବଇରେ ୭୫.୭୦ ଟଙ୍କା ଏବଂ ଚେନ୍ନାଇରେ ୭୨.୭୧ ଟଙ୍କା ଥିଲା। ଶନିବାର କଲକାତାରେ ପେଟ୍ରୋଲ ୭୨.୫୭ ଟଙ୍କା, ମୁମ୍ବଇରେ ୭୫.୫୭ ଟଙ୍କା ଓ ଚେନ୍ନାଇରେ ୭୨.୫୭ ଟଙ୍କା ରହିଛି। ଅନ୍ୟପଟେ ଦିଲ୍ଲୀରେ ଡିଜେଲ ଶୁକ୍ରବାର ୬୨.୭୪ ଟଙ୍କା ଥିବାବେଳେ ଶନିବାର ତାହା ୬୨.୫୮ ଟଙ୍କା ହୋଇଛି।

Share

Leave a Reply

Your email address will not be published. Required fields are marked *

two × four =