ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ

ଭୁବନେଶ୍ୱର() ଆଉ ଦୁଇ ଦିନ ପରେ ଓଡ଼ିଆଙ୍କ ରଜ ପର୍ବ । ରଜ ପର୍ବ ପାଇଁ କର୍ଫ୍ୟୁ କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି ନାଇଟ କର୍ଫ୍ୟୁକୁ କୋହଳ କରାଯାଇଛି । ୧୨ ତାରିଖ ସନ୍ଧ୍ୟା ୭ଟା ପରିବର୍ତ୍ତେ ରାତି ୧୦ଟା ପରେ କର୍ଫ୍ୟୁ ଲାଗୁ ହେବ । ରାତି କର୍ଫ୍ୟୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ଉଲ୍ଳେଖଯୋଗ୍ୟ ଯେ କରୋନା ସତର୍କତା ନେଇ ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସନ୍ଧ୍ୟା ୭ଟା ପରଠାରୁ ଭୋର ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । କିନ୍ତୁ ରଜ ପାଇଁ ଗୋଟିଏ ଦିନ ନାଇଟ କର୍ଫ୍ୟୁ କୋହଳ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 × five =