ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।ସ୍ନାନ ବେଦୀରେ ବିଜେ ହୋଇଛନ୍ତି ଚତୁର୍ଦ୍ଧା ମୁରତି। ବିଡ଼ମ୍ବନାର ବିଷୟ କରୋନା ମହାମାରୀ ପାଇଁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହେଉଛି।ନିର୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି ଚାଲିଛି। ଧାଡି ପହଣ୍ଡି,ମଙ୍ଗଳ ଆଳତି,ଅବକାଶ ନୀତି କଡ଼ପ ଲାଗି ନୀତି ଶେଷ ହୋଇଛି।ସେହିପରି ଛେରାପହଁରା ପରେ ଗଜାନନ ରୂପେ ଭକ୍ତଙ୍କୁ ଦର୍ଶନ ଦେବେ। ଆଜି ଜଗତର ନାଥ ଜଗନ୍ନାଥ ୩୫ ଗଡୁ ଜଳରେ ସ୍ନାନ କରିବେ।ସେହିପରି ସୁଦର୍ଶନ ୧୮ ଗଡୁ,ସୁଭଦ୍ରା ୨୨ ଗଡୁ ବଳଭଦ୍ର ୩୩ ଗଡୁ ଜଳରେ ସ୍ନାନ କରିବେ।ସମୁଦାୟ ଚତୁର୍ଦ୍ଧା ମୁରତି ୧୦୮ ଗଡୁ ଜଳରେ ସ୍ନାନ କରିବେ।ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ।ପରେ ପରେ ଯଥା ବିଧି ରୀତିନୀତି ହେବ।ଏବଂ ବାହୁଡା ନୀତି ଅପରାହ୍ନ ୫ଟାରୁ ୮ ଟା ମଧ୍ୟରେ ସମ୍ପନ୍ନ ହେବ। ଯାହା କି ଶ୍ରୀମନ୍ଦିର ପ୍ରଶାସନ ସମୟ ନିର୍ଧାରଣ କରିଛି। ପ୍ରଥମ ଥର ପାଇଁ ଭକ୍ତଙ୍କ ବିନା ସୀମିତ ସେବାୟତଙ୍କ ମଧ୍ୟରେ ମହାପ୍ରଭୁଙ୍କ ସ୍ନାନ କାର୍ଯ୍ୟ ଚାଲିଛି।ସେବାୟତଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା ପାଇଁ ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି।ଏହାସହ ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଲାଗୁକରିବା ସହ ୩୮ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି।ଚାରୋଟି ପର୍ଯ୍ୟୟରେ ୨୪ ଘଣ୍ଟିଆ ଡିଉଟି କରୁଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷାନ କୁମାର ଓ କେନ୍ଦ୍ରଞ୍ଚଳ ଡିଆଜି ଆଶିଷ କୁମାର ପୁରା ବ୍ୟବସ୍ଥାର ତଦାରଖ କରୁଛନ୍ତି।

Share

Leave a Reply

Your email address will not be published. Required fields are marked *

three × 5 =