ଗର୍ଭବତୀ ହାତୀକୁ ହତ୍ୟା ଘଟଣା: ଜଣେ ଅଭିଯୁକ୍ତ ଗିରଫ

କେରଳ ପାଲକ୍କଡ ଜିଲ୍ଲାରେ ଗର୍ଭବତୀ ହାତୀକୁ ହତ୍ୟା ମାମଲାରେ ପୋଲିସକୁ ସଫଳତା ମିଳିଛି । ଏହି ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ଏହା ପୂର୍ବରୁ ତଦନ୍ତକାରୀ ଦଳ ୩ ସନ୍ଦିଗ୍ଧଙ୍କୁ ନେଇ ପଚରାଉଚରା ଆରମ୍ଭ କରିଥିଲେ । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ କହିଛନ୍ତି ।

ତେବେ କେରଳ ପାଲ୍ଲକ୍କଡ ଜିଲ୍ଲାର ଏକ ଗାଁକୁ ଗର୍ଭବତୀ ହାତୀ ଆସିଥିଲା । କିନ୍ତୁ କିଛି ଦୁର୍ବୃତ୍ତ ସପୁରୀରେ ବାରୁଦ ଦେଇ ମାଈ ହାତୀକୁ ଖାଇବାକୁ ଦେଇଥିଲେ । ବୋମା ବିସ୍ଫୋରଣ ହେବାରୁ ହାତୀ ଓ ତାର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

four × four =