ଆଉ ୧୩୦ ପଜିଟିଭ,କରୋନା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି

ଭୁବନେଶ୍ୱର() ରାଜ୍ୟରେ ଦିନକୁ ଦନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଏହାରି ମଧ୍ୟରେ ଆଜି ରାଜ୍ୟର ପ୍ରାୟ ୨୧ ଜିଲ୍ଲାରୁ ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୧୨୪ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ଆଉ ୬ ଜଣ ସ୍ଥାନୀୟ ଅଞ୍ଚଳର ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୦୮ରେ ପହଞ୍ଚିଛି । ଅନ୍ୟପଟେ ରାଜ୍ୟରେ ଆଉ ୬୮ ଜଣ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ସହ ରାଜ୍ୟରେ ଆଉ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ମୃତକ ଜଣକ ଖୋର୍ଦ୍ଦା ଜିଲ୍ଲାର ୬୩ ବର୍ଷିୟ ବୃଦ୍ଧ ।ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ କୁ ବୃଦ୍ଧି ।

 

Share

Leave a Reply

Your email address will not be published. Required fields are marked *

19 − nine =